Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଇପିଏଲ୍ ୨୦୨୧ର ପ୍ରଥମ ସୁପର ଓଭର, ହାଇଦ୍ରାବାଦ ଉପରେ ଭାରି ପଡିଲା ଦିଲ୍ଲୀ କ୍ୟାପିଟାଲ୍ସ

25/04/2021 at 11:46 PM

ଚେନ୍ନାଇ ୨୫।୦୪: ଆଇପିଏଲ୍ ୨୦୨୧ର ପ୍ରଥମ ସୁପର ଓଭର ମୁକାବିଲାରେ ବାଜି ମାରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସୁପର ଓଭରରେ ହାଇଦ୍ରାବାଦ ପକ୍ଷରୁ ବ୍ୟାଟିଂ କରିଥିବା କେନ୍ ଓ୍ଵିଲିୟମସନ ଓ ଡେଭିଡ୍ ଓ୍ଵାର୍ଣ୍ଣର ୭ ରନ ସଂଗ୍ରହ କରିଥିଲେ। ଜବାବରେ ଦିଲ୍ଲୀ ପକ୍ଷରୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶିଖର ଧାଓ୍ଵନ ଓ ଋଷଭ ପନ୍ତ ୮ ରନ କରି ଦିଲ୍ଲୀକୁ ବିଜୟୀ କରାଇଥିଲେ। ହ୍ୟାଟ୍ରିକ୍ ବିଜୟ ସହ ଦିଲ୍ଲୀ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ହାଇଦ୍ରାବାଦ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ଵୀ ସଙ୍କ ୫୩ ରନ ଓ ଋଷଭ ପନ୍ତଙ୍କ ୩୭ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍  ହରାଇ ୧୫୯ ରନ କରିଥିଲା। ଜବାବରେ କେନ୍ ଓ୍ଵିଲିୟମସନଙ୍କ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ବି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରି କରିଥିଲା। ଓ୍ଵିଲିୟମସନ ୬୬ ରନର ଲଢୁଆ ଇନିଂସ ଖେଳିଥିବା ବେଳେ ଜୋନି ବେୟାରଷ୍ଟୋ ୩୮ ରନର ଉଲ୍ଲେଖନୀୟ ବିସ୍ଫୋରକ ଇନିଂସ ଖେଳିଥିଲେ।  ଦିଲ୍ଲୀ ପକ୍ଷରୁ ଅଭେଶ ଖାନ ୩ ଓ  ଅକ୍ଷର ପଟେଲ୍ ୨ ସଫଳତା ପାଇଥିଲେ। ମ୍ୟାଚ୍ ଟାଇ ରହିବା ପରେ ମ୍ୟାଚ୍‌ର ଫଇସଲା ସୁପର ଓଭର ଜରିଆରେ ହୋଇଥିଲା।

   Related Posts