Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଇପିଏଲ ୨୦୨୧ରେ ଦିଲ୍ଲୀର ପ୍ରାଧ୍ୟାନ୍ୟ ଜାରି, ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପହଞ୍ଚିଲା ଶୀର୍ଷରେ

22/09/2021 at 11:01 PM

ଦୁବାଇ ୨୨।୦୯: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାଧ୍ୟାନ୍ୟ ଜାରି ରହିଛି। ଦ୍ଵିତୀୟ ପର୍ଯ୍ୟାୟରେ ନିଜର ପ୍ରଥମ ମୁକାବିଲାରେ ଦିଲ୍ଲୀ ପ୍ରଭାବଶାଲୀ ପ୍ରଦର୍ଶନ କରିଛି। ଆଇପିଏଲର ୩୨ ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। ଅବଦୁଲ ସାମଦ ୨୮ ଓ ରଶିଦ ଖାନ ୨୨ ରନ କରିଥିଲେ।  ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଶିଖର ଧାଓ୍ଵନ(୪୨) ଏବଂ ଶ୍ରେୟସ ଆୟରଙ୍କ ଅପରାଜିତ ୪୭ ଓ ଋଷଭ ପନ୍ତଙ୍କ ୩୫ ରନ ବଳରେ ୧୭.୫ ଓଭରରେ ସହଜ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ନଅଟି ମ୍ୟାାଚରୁ ୭ ବିଜୟ ହାସଲ କରି ୧୪ ପଏଣ୍ଟ ସହ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ ଅଷ୍ଟମ ମ୍ୟାଚ୍‌ରୁ ସପ୍ତମ ପରାଜୟ ଭୋଗି ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ ଆଶା ଆହୁରି ମୁସ୍କିଲ ହୋଇ ଯାଇଛି।

୧୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ୨୦ ରନରେ ପୃଥ୍ଵୀ ଶ(୧୧)ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଶିଖର  ଧାଓ୍ଵନ ଓ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୭୨ରେ ପହଞ୍ଚାଇଥିଲେ। ଧାଓ୍ଵନ ୩୭ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ଏଥିସହ ଦ୍ଵିତୀୟ ଓ୍ଵିକେଟ୍‌ରେ ଆୟରଙ୍କ ସହ ମିଶି ୫୨ ରନ ଯୋଡିଥିଲେ। ଏହା ପରେ ଶ୍ରେୟସ ଆୟର ଓ ଋଷଭ ପନ୍ତ ତୃତୀୟ ଓ୍ଵିକେଟ୍‌ରେ ୬୭ ରନ ଯୋଡି ଦଳକୁ ୧୭.୫ ଓଭରରେ ୮ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ଆୟର ୪୧ ବଲ୍‌ରୁ ୨ ଚୌକା ଓ ୨ ଛକା ସହ ୪୭ ରନ ଏବଂ ପନ୍ତ ୨୧ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୩୫ ରନରେ ଅପରାଜିତ ଥିଲେ।

   Related Posts