କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲେ ଶିଖର ଧାଓ୍ଵନ, ପଞ୍ଜାବକୁ ୬ ଓ୍ଵିକେଟ୍‌ରେ ମାତ୍ ଦେଲା ଦିଲ୍ଲୀ

Published By : Prameya-News7 Bureau | April 18, 2021 IST

ମୁମ୍ବାଇ ୧୮।୦୪: କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ଶିଖର ଧାଓ୍ଵନଙ୍କ ଦମଦାର ବ୍ୟାଟିଂ। ଶିଖର ଧାଓ୍ଵନଙ୍କ ୯୨ ରନର ଲଢୁଆ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସଙ୍କୁ ୬ ଓ୍ଵିକେଟ୍‌ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଦ୍ଵିତୀୟ ବିଜୟ ହାସଲ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସ ଦ୍ଵାରା ଧାର୍ଯ୍ୟ ୧୯୬ ରନର ବିଜୟ ଲକ୍ଷ୍ୟକୁ ୧୮.୨ ଓଭରରେ ୪ ଓ୍ଵିକେଟ୍  ହରାଇ ହାସଲ କରି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ ରାହୁଲ ୬୧ ଓ ମୟଙ୍କ ଅଗ୍ରଓ୍ଵାଲ ୬୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୫ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଧାଓ୍ଵନଙ୍କ ୯୨ ରନ ବ୍ୟତୀତ ପୃଥ୍ଵୀ ସ ୩୨ ଓ ଷ୍ଟୋଇନିସ୍ ୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ପରାଜୟ ସହ ପଞ୍ଜାବ କିଙ୍ଗ୍ସ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି।

୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପୃଥିବୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ୫.୩ ଓଭରରେ ୫୯ ରନ ଯୋଡି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ସ ୧୭ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୩୨ ରନ କରିଥିଲେ। ଏହା ପରେ ଶିଖର ଧାଓ୍ଵନ ଦ୍ରୁତ ବ୍ୟାଟିଂ କରି ଷ୍ଟିଭ୍ ସ୍ମିଥ୍‌ଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୮ ରନ ଯୋଡିଥିଲେ।

ଷ୍ଟିଭ୍ ସ୍ମିଥ୍(୯) କିଛି ଖାସ୍ କରି ପାରିନଥିଲେ। ଅନ୍ୟପଟେ ଧାଓ୍ଵନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଶତକ ଆଡକୁ ଗତି କରୁଥିବା ଧାଓ୍ଵନ ଝେ ରିଚାର୍ଡସନଙ୍କ ଶିକାର ହୋଇଥିଲେ। ଧାଓ୍ଵନ ୪୯ ବଲ୍‌ରୁ ୧୩ ଚୌକା ଓ ୨ ଛକା ସହ ୯୨ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ପନ୍ତ ୧୫ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ମାର୍କୋସ ଷ୍ଟୋଇନିସ୍ ୨୭ ଓ ଲଳିତ ଯାଦବ ୧୨ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଦିଲ୍ଲୀ ୧୮.୨ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ପଞ୍ଜାବ ଇନିଂସ

{"id":440459,"width":829,"height":552,"sizeSlug":"large","linkDestination":"none"}

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଆରମ୍ଭରୁ ଦିଲ୍ଲୀ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ କରି ଦିଲ୍ଲୀ ପାଇଁ ବିଶାଳ ରନର ମୂଳଦୁଆ ପକାଇଥିଲେ। ଏଥିସହ ଓପନରଦ୍ଵୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦିଲ୍ଲୀକୁ ପ୍ରଥମ ସଫଳତା ପାଇଁ ୧୩ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଏଲ ମେରିଓ୍ଵାଲା ମୟଙ୍କ ଅଗ୍ରଓ୍ଵାଲଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଅଗ୍ରଓ୍ଵାଲ ୩୬ ବଲ୍‌ରୁ ୭ ଚୌକା ଓ ୪ ଛକା ସହ ୬୯ ରନର ଧୂଆଁଧାର ଇନିଂସ ଖେଳିଥିଲେ। ୧୨.୪ ଓଭରରେ ଦୁଇ ଓପନର ୧୨୨ ରନ ଯୋଡିଥିଲେ। ଏହା ପରେ କେଏଲ ରାହୁଲ ୫୧ ବଲ୍‌ରୁ ୭ ଚୌକା ଓ ୨ ଛକା ଜରିଆରେ ୬୧ ରନ କରି ପାଭିଲିୟନ ଫେରିଥିଲେ। କ୍ରିସ୍ ଗେଲ୍‌(୧୧) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ।

ଶେଷ ଆଡକୁ ଦଳର ରନଗତି ଧିମେଇ ଯିବାରୁ ପଞ୍ଜାବ ୨୦୦ ରନ କରି ପାରିନଥିଲା। ଦୀପକ ହୁଡ୍ଡା ୧୩ ବଲ୍‌ରୁ ୨୨ ରନ ଏବଂ ଶାହରୁଖ ଖାନ ୫ ବଲ୍‌ରୁ ୧୫ ରନ କରି ଅପରାଜିତ ଥିଲେ। ନିକୋଲାସ ପୁରନ (୯) ପାଭିଲିୟନ ଫେରିଥିଲେ। ନିର୍ଦ୍ଧାରିତ ଓଭରରେ ପଞ୍ଜାବ କିଙ୍ଗ୍ସ ୪ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.