Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲଗାତାର ୫ ମ୍ୟାଚ୍ ପରାଜୟ ପରେ ମୁମ୍ବାଇକୁ ୬ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

20/04/2021 at 11:31 PM

ଚେନ୍ନାଇ ୨୦।୦୪: ଆଇପିଏଲ୍‌ର ଚଳିତ ସଂସ୍କରଣର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇ ହାତରୁ କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରିଛି। ଏଥିସହ ଚତୁର୍ଥ ମ୍ୟାଚ୍‌ରୁ ଦିଲ୍ଲୀ ତୃତୀୟ ବିଜୟ ହାସଲ କରିଛି। ମୁମ୍ବାଇ ସମାନ ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା(୪୪) ରନ କରିଥିଲେ। ଜବାବରେ ଶିଖର ଧାଓ୍ଵନ(୪୫) ଓ ଷ୍ଟିଭ୍ ସ୍ମିଥ୍‌(୩୩) ସହାୟତାରେ ୧୯.୧ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ୨୪ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ଅମିତ୍ ମିଶ୍ର ଦିଲ୍ଲୀ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୧୩୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପକ୍ଷରୁ ଶିଖର ଧାଓ୍ଵନ ଭଲ ଇନିଂସ ଖେଳିଥିଲେ।  ଧାଓ୍ଵନ ଓ ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରେ ଦ୍ଵିତୀୟ ଓ୍ଵିକେଟ୍‌ରେ ୫୩ ରନ ଯୋଡି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧାଓ୍ଵନ ୪୨ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୪୫ ରନ କରିଥିଲେ। ସ୍ମିଥ୍‌ ୩୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଲଳିତ ଯାଦବ ଅପରାଜିତ ୨୨ ଓ ସିମରନ ହେଟମାୟର ୧୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ୬ ଓ୍ଵିକେଟ୍‌ରେ ଜିତାଇଛନ୍ତି। ୧୯.୧ ଓଭରରେ ଦିଲ୍ଲୀ ୪ ଓ୍ଵିକେଟ୍‌ ହରାଇ ୧୩୮ ରନର ବିଜୟ ଲକ୍ଷ୍ୟ ହାସଲ କରିଛି।

   Related Posts