Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଶିଖର ଧାଓ୍ୱନଙ୍କ ବିସ୍ଫୋରକ ଶତକ, ୫ ଓ୍ୱିକେଟରେ ହାରିଲା ଚେନ୍ନାଇ ସୁପର କିଙ୍ଗସ୍

18/10/2020 at 7:06 AM

ଦୁବାଇ, ୧୮|୧୦ : ଶିଖର ଧାଓ୍ୱନଙ୍କ ଅପରାଜିତ ଶତକ ବଳରେ ଦିଲ୍ଲୀ  କ୍ୟାପିଟାଲ ଚେନ୍ନାଇ ସୁପର କିଙ୍ଗସକୁ ୫ ଓ୍ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୯.୫  ଓଭରରେ ହାସଲ କରିନେଇଥିଲା ।

 ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ବିନା ସ୍କୋରରେ ସାମ କରନଙ୍କ ରୂପେ ଝଟକା ଲାଗିଥିଲା। ଏହା ପରେ ଫାଫ ଡୁପ୍ଲେସିସ୍ ଓ ସେନ ଓ୍ଵାଟସନ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଓ୍ଵାଟସନଙ୍କୁ ବୋଲ୍ଡ କରି ନୋତର୍ଜେ ଏହି ଭାଗିଦାରୀ  ଭାଙ୍ଗିଥିଲେ। ସେନ ଓ୍ଵାଟସନ ୨୮ ବଲରୁ ୬ ଚୌକା ସହ ୩୬ ରନ କରି ଥିଲେ।

ଦମଦାର ଫର୍ମରେ ଥିବା ଫାଫ୍ ଡୁପ୍ଲେସିସ୍ ଚଳିତ ଆଇପିଏଲରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୯ ରନ ସ୍କୋରରେ ଡୁପ୍ଲେସିସ୍ ରାବଡାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୪୭ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନର ଉପଯୋଗୀ ଇଂନିସ ଖେଳିଥିଲେ। ଧୋନୀ ପୁଣି ଥରେ ବିଫଳ ହୋଇ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଅମ୍ଵତି ରାୟୁଡୁ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ବ୍ୟାଟିଂ କରିବାରୁ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୯ ରନ କରିଥିଲା। ରାୟୁଡୁ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୫ ରନ ଏବଂ ଜାଡେଜା ୧୩ ବଲରୁ ୪ ଛକା ସହ ୩୩ ରନ କରି ଅପରାଜିତ ଥିଲେ। ରାୟୁଡୁ ଓ ଜାଡେଜା ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ଦ୍ରୁତ ୫୦ ରନ ଯୋଡିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ ନୋତର୍ଜେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ କାଗିସୋ ରାବଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୮୦ ରନକୁ ପିଛା କରୁଥିବା ଦିଲ୍ଲୀ ଆରମ୍ଭରୁ ଝଟକା ଖାଇଥିଲା । ଖାତା ଖୋଲିନପାରି ପୃଥୀ ଶ ଆଉଟ ହୋଇଥିଲେ । ତେବେ ଶିଖର ଧାଓ୍ୱନ ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ୧୦୧ ରନ୍ କରି ଅପରାଜେୟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୨୩ ଓ ଅକ୍ସର ପଟେଲଙ୍କ ୫ ବଲରୁ ଦ୍ରୁତ ୨୧ ରନ୍ ଦଳର ବିଜୟରେ ସହଯୋଗ କରିଥିଲା ।

ଚେନ୍ନାଇ ପକ୍ଷରୁ ଦୀପକ ଚହର ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ସାମ କୁରାନ, ଶର୍ଦ୍ଦୁଳ ଠାକୁର ଓ ଡେନ୍ ବ୍ରାଭୋ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts