Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

IPL 2020 : ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କିଙ୍ଗ୍ସ ଏକାଦଶ ପଞ୍ଜାବ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

20/09/2020 at 9:24 PM

ଦୁବାଇ ୨୦।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌  ଷ୍ଟାଡିୟମରେ ଆଇପିଏଲର ତ୍ରୟୋଦଶ ସଂସ୍କରଣର ଦ୍ଵିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ  ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍  ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି। ମାର୍କସ ଷ୍ଟୋଇନିସ ୫୩ରନ କରିଥିବା ବେଳେ ଅଧିନାୟକ ଶ୍ରେୟସ୍ ଆୟର ୩୯ ଓ ଋଷଭ ପନ୍ତ ୩୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ପଞ୍ଜାବ ପକ୍ଷରୁ ସଫଳ  ବୋଲର ଭାବେ ଅଭିଜ୍ଞ ମହମ୍ମଦ ସାମି ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍‌କୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୬ ରନ ସ୍କୋରରେ ଶିଖର ଧାଓ୍ଵନ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଥିବା ବେଳେ ପୃଥ୍ଵୀ ସ(୫)  ବଡ ସଟ୍ ଖେଳିବା ପ୍ରୟାସରେ ସାମିଙ୍କ ବଲରେ କ୍ରିସ୍ ଜୋର୍ଡାନକୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ସିମରନ ହେଟମାୟର(୭) ମଧ୍ୟ କିଛି ଖାସ୍ କରିପାରିନଥିଲେ। ସେ ସାମିଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

୧୩ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଶ୍ରେୟସ ଆୟର ଓ ଋଷଭ ପନ୍ତ ଇନିଂସ ସଜାଡିବାକୁ ପ୍ରୟାସ କରିଥିଲେ। ଉଭୟ ଦେଖିଚାହିଁ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡିଥିଲେ। ହେଲେ ୮୬ ରନ ସ୍କୋରରେ ଦିଲ୍ଲୀକୁ ପନ୍ତଙ୍କ ରୂପେ ବଡ ଝଟକା ଲାଗିଥିଲା।ପନ୍ତ ୨୯ ବଲରୁ ୪ ଚୌକା ବଳରେ ୩୧ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍  ହୋଇଥିଲେ। ଏହା ପରେ କ୍ରିଜ୍‌ରେ ସେଟ୍ ଥିବା ଅଧିନାୟକ ଶ୍ରେୟସ ଆୟରକୁ ଆଉଟ୍ କରି ମହମ୍ମଦ ସାମି ପଞ୍ଜାବକୁ ପଞ୍ଚମ ଝଟକା ଦେଇଥିଲେ। ଷଷ୍ଠ ଖେଳାଳି ଭାବେ ଅକ୍ଷର ପଟେଲ ଆଉଟ୍  ହୋଇଥିଲେ। ଶ୍ରେୟସ ଆୟର ୩୨ ବଲରୁ ୩ ଛକା ବଳରେ ୩୯ ରନର ଇନିଂସ ଖେଳିଥିଲେ।

ଶେଷ ଆଡକୁ ମାର୍କସ ଷ୍ଟୋଇନିସ୍‌ ବିସ୍ଫୋରକ ବ୍ୟାଟିଂ କରିବାରୁ ଦଳ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି। ଷ୍ଟୋଇନିସ୍ ଧୂଆଁଧାର ବ୍ୟାଟିଂ କରି ୨୦ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୧ ବଲରୁ ୭ ଚୌକା ଓ ୩ ଛକା  ବଳରେ ୫୩ ରନର ଦ୍ରୁତ ଇନିଂସ ଖେଳି ଅନ୍ତିମ ଓଭରର ପଞ୍ଚମ ବଲରେ ରନ୍‌ଆଉଟ୍ ହୋଇଥିଲେ।

ପଞ୍ଜାବ ତରଫରୁ ସଫଳ ବୋଲର ଭାବେ ମହମ୍ମଦ ସାମି ମାତ୍ର ୧୫ ରନ ଦେଇ ୩ ସଫଳତା ପାଇଥିବା ବେଳେ ସେଲଡ୍ରନ କୋଟ୍ରେଲ ୨ ଓ ରବି ବିସ୍ନୋଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts