ଚେନ୍ନାଇ ସୁପର୍ କିଙ୍ଗ୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ କରୋନା ପଜିଟିଭ୍

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯ : ଚେନ୍ନାଇ ସୁପର କିଙ୍ଗ୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ବିପଦ ପଡିଛି | ଦିଲ୍ଲୀ କ୍ୟାପିଟାଲ ଟିମର ସହାୟକ ଫିଜିଓ ଥେରାପିସ୍ଟ କରୋନା ସଂକ୍ରମିତ ହୋଇଥିବା ରବିବାର ସନ୍ଧ୍ୟାରେ ଜଣାପଡିଥିଲା | ତାଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଦିନ ସ୍ପଷ୍ଟ କରିଥିଲା ଯେ ତାଙ୍କର ସପୋର୍ଟ ଷ୍ଟାଫର ଜଣେ ସଦସ୍ୟଙ୍କ କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି | ତାଙ୍କର ପ୍ରଥମ ଦୁଇଟି ଯାଞ୍ଚ ନେଗେଟିଭ ଥିଲା କିନ୍ତୁ ତୃତୀୟ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | 

ତେବେ ସେ ଏଯାଏଁ ଟିମର ଖେଳାଳିଙ୍କ ସମ୍ପର୍କରେ ଆସିନଥିଲେ | ବିସିସିଆଇ ସ୍ପଷ୍ଟ କରିଥିଲା ଯେ ୟୁଏଇ ଯାଇଥିବା ଟିମର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ୧୯୮୮ ଜଣଙ୍କର କରୋନା ଯାଞ୍ଚ କରାଯାଇଛି | ଚେନ୍ନାଇ ସୁପର କିଙ୍ଗସର ୧୩ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବାପରେ ହଇଚଇ ସୃଷ୍ଟି ହୋଇଥିଲା | ଏମାନଙ୍କ ମଧ୍ୟରୁ ୨ ଜଣ ଖେଳାଳି ସାମିଲ ଅଛନ୍ତି |

ବହୁ ଦିନ ଅପେକ୍ଷା ପରେ ସେପ୍ଟେମ୍ବର ୬ ତାରିଖରେ ଆଇପିଏଲ କାର୍ଯ୍ୟକ୍ରମ ଜାରି କରାଯାଇଥିଲା | ପରମ୍ପରା ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.