ମିଚେଲ୍ ମାର୍ଶଙ୍କ ଅର୍ଦ୍ଧଶତକ, 'କର ବା ମର' ମୁକାବିଲାରେ ପଞ୍ଜାବ ସାମ୍ନାରେ ୧୬୦ ରନ ଟାର୍ଗେଟ୍

Published By : Prameya-News7 Bureau | May 16, 2022 IST

ମୁମ୍ବାଇ: ମିଚେଲ୍ ମାର୍ଶଙ୍କ ଅର୍ଦ୍ଧଶତକ ବଳରେ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ଏହି କର ବା ମର ମୁକାବିଲା ଜିତିବା ପାଇଁ ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରହିଛି। ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ଶ ୪୮ ବଲରୁ ୬୩ ରନର ଇନିଂସ ଖେଳିଛନ୍ତି। ସରଫରାଜ ଖାନ ୩୨ ଏବଂ ଲଳିତ ଯାଦବ ୨୪ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଅକ୍ଷର ପଟେଲ୍ ୧୭ ରନ କରି ଅପରାଜିତ ଅଛନ୍ତି। ଦିଲ୍ଲୀ ଆରମ୍ଭ ଅନୁରୂପ ଇନିଂସକୁ ସେହି ଅନୁସାରେ ଶେଷ କରି ପାରିନାହିଁ। ଶେଷ ଆଡକୁ ପଞ୍ଜାବ ବୋଲରଙ୍କ  ମାପଚୁପ ବୋଲିଂ କାରଣରୁ ଦିଲ୍ଲୀ ବଡ ସ୍କୋର କରିପାରିନାହିଁ। ପଞ୍ଜାବ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ୨୭ ରନ ଦେଇ ୩ ଏବଂ ଅର୍ଶଦୀପ ସିଂହ ୩୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମୁକାବିଲା ଜିତିବା ଦଳର ପ୍ଲେ ଅଫ ଆଶା ଆହୁରି ମଜବୁତ ହେବ। ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.