Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା, ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଇଶାନ୍ତ ଶର୍ମା

12/10/2020 at 8:37 PM

ନୂଆଦିଲ୍ଲୀ ୧୨।୧୦: ପ୍ରଥମ ଥର  ଆଇପିଏଲ ଜିତିବାକୁ ଲକ୍ଷ୍ୟ ରଖିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟକା। ଦଳର ପ୍ରମୁଖ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆହତ କାରଣରୁ ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ଇଶାନ୍ତ ଶର୍ମା ଆଇପିଏଲର ୧୩ତମ ସଂସ୍କରଣରେ ଆହତ କାରଣରୁ କେବଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଖେଳି ପାରିଥିଲେ। ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡିବାରେ ଇଶାନ୍ତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସର ହେଉଛନ୍ତି ଦ୍ଵିତୀୟ ପ୍ରମୁଖ ଖେଳାଳି। ତାଙ୍କ ପୂର୍ବରୁ ଅନୁଭବୀ ସ୍ପିନର ଅମିତ୍ ମିଶ୍ର ଆହତ ହୋଇ ଟୂର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।

ଏହା ବ୍ୟତୀତ ଦଳର ନିୟମିତ ଓ୍ଵିକେଟ୍ ରକ୍ଷକ ଋଷଭ ପନ୍ତ ମଧ୍ୟ ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଖେଳିନଥିଲେ।  ଡାକ୍ତର ତାଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ପନ୍ତଙ୍କ ପୂର୍ବରୁ ଦଳର ଗୁରୁତ୍ଵପୂର୍ଣ୍ଣ ଖେଳାଳି ଆର ଅଶ୍ଵିନୀ ମଧ୍ୟ ଆଘାତଜନିତ ସମସ୍ୟା କାରଣରୁ ଅନେକ ମ୍ୟାଚ୍‌ ଖେଳି ପାରିନଥିଲେ। ବୁଧବାର ଦିଲ୍ଲୀ ରାଜସ୍ଥାନ ବିପକ୍ଷରେ ନିଜର ଅଷ୍ଟମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଭାରତ ପାଇଁ ୯୭ଟି ଟେଷ୍ଟ, ୮୦ ଦିନିକିଆ ଓ ୧୪ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିବା ଇଶାନ୍ତ ଶର୍ମା ଚଳିତ ବର୍ଷ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆଇପିଏଲ ଖେଳୁଥିବାରୁ ଦେଶ ବାହାରେ ଥିବା କାରଣରୁ ସେ ଅନଲାଇନ୍ ପୁରସ୍କାର ସମାରୋହରେ ଭାଗ ନେଇପାରିନଥିଲେ।

   Related Posts