ହ୍ୟାଟ୍ରିକ୍ ବିଜୟ ପରେ ରାଜସ୍ଥାନକୁ ହରାଇବାର ଶ୍ରେୟ ବୋଲରଙ୍କୁ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ

Published By : Prameya-News7 Bureau | October 10, 2020 IST

ଦୁବାଇ,୧୦୧୦:   ଦିଲ୍ଲୀ କ୍ୟାପିଟାଲ୍ସୃର ଅଧିନାୟକ ଶ୍ରେୟସ ଆୟାର ରାଜସ୍ଥାନ ବିପକ୍ଷ ମୁକାବିଲାରେ ବିଜୟ ଲାଭ କରିବା ପରେ ବୋଲରଙ୍କୁ ପ୍ରଶଂସା କରିଛନ୍ତି । ଶୁକ୍ରବାର ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ୪୬ ରନରେ ପରାସ୍ତ ହୋଇଛି । ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୩୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଦିଲ୍ଲୀର ବୋଲରମାନେ ମାପଚୁପ ବୋଲିଂ କରି ରାଜସ୍ଥାନର ବ୍ୟାଟସମ୍ୟାନଙ୍କୁ ବାନ୍ଧି କରି ରଖିଥିଲେ ।

ଏହି ମ୍ୟାଚରେ ସିମରନ୍ ହେଟମାୟରଙ୍କ ୪୫ ରନ୍ ଓ ମାର୍କସ ଷ୍ଟୋଇନ୍ସଙ୍କ ୩୯ ରନ୍ ବଳରେ ଦିଲ୍ଲୀ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୧୩୮ ରନରେ ଅଲଆଉଟ୍ ହୋଇଯାଇଥିଲା ।

{"id":341792,"sizeSlug":"large"}

ମ୍ୟାଚ୍ ବିଜୟ ପରେ ବୋଲରଙ୍କୁ ପ୍ରଶଂସା କରିଛନ୍ତି ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟାର । ସେ କହିଛନ୍ତି ଯେ, କାଗିସୋ ରାବଡା ତିନୋଟି ଓ ଆର ଅଶ୍ୱିନୀ ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ଏହି ଷ୍ଟାଡିୟମ ଛୋଟ । ତେଣୁ ୧୮୫ ରନର ବିଜୟ ଲକ୍ଷ୍ୟ କଷ୍ଟସାଧ୍ୟ ନୁହେଁ । ପ୍ରଥମ ଇନିଂସ ପରେ ଦଳ ଯେଉଁଭଳି ପ୍ରଦର୍ଶନ କଲା ତାହା ଖୁସି ଦେଇଛି । ବୋଲରମାନେ ନିଜର କର୍ତ୍ତବ୍ୟ ସୂଚାର ରୂପେ ସମ୍ପାଦନ କରିଥିଲେ । ଏପରିକି ପିଚକୁ ମଧ୍ୟ ପ୍ରଶଂସା କରିଛନ୍ତି ଆୟାର ।

ଏହି ମ୍ୟାଚ୍ ଜିତିବା ପରେ ଦିଲ୍ଲୀ ୬ଟିରୁ ୫ଟି ମ୍ୟାଚରେ ବିଜୟଲାଭ କରିଛି । ଦିଲ୍ଲୀ ୧୦ ପଏଣ୍ଟ ପାଇ ତାଲିକାରେ ଶୀର୍ଷରେ ରହିଛି । ଏହି ଧାରା ଅବ୍ୟାହତ ରଖିବେ ବୋଲି ଶ୍ରେୟସ ଆଶାପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.