Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍

14/04/2021 at 4:07 PM

ନୂଆଦିଲ୍ଲୀ ୧୪।୦୪: ଆଇପିଏଲ୍ ୨୦୨୧ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ ଝଟକା। ଦଳର ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାର ସୂଚନା ଏଏନଆଇ ଦେଇଛି। ନୋର୍ତ୍ତଜେ ଗତ ମଙ୍ଗଳବାର ମୁମ୍ବାଇ ପହଞ୍ଚିଥିଲେ ଏବଂ ସେ ସାତ ଦିନିକିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍ ଅବଧି ମଧ୍ୟ ପୂରା କରିଥିଲେ।

କ୍ଵାରେଣ୍ଟାଇନ୍ କାରଣରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍ ଖେଳିନଥିଲେ। ଦଳ ଏହି ମ୍ୟାଚ୍‌ରେ ଏକତରଫା ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ଦଳ ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲରଙ୍କୁ ଚଳିତ ସିଜିନ୍ ପାଇଁ ବଜାୟ ରଖିଥିଲା। କାରଣ ଗତ ସିଜିନ୍‌ରେ ଦିଲ୍ଲୀକୁ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା।

ବିସିସିଆଇର କରୋନା ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି କିମ୍ବା ଷ୍ଟାଫ କରୋନା ପଜିଟିଭ୍ ହୁଅନ୍ତି କିମ୍ବା କରୋନା ଲକ୍ଷଣ ଦେଖିବାକୁ ମିଳେ, ତେବେ ଆଗାମୀ ୧୦ ଦିନ ପାଇଁ ବୋର୍ଡ ଦ୍ଵାରା ନିର୍ଦ୍ଧାରିତ ଜୈବ ନିରାପତ୍ତା ବଳୟରେ ଆଇସୋଲେସନରେ ରହିବାକୁ ପଡିବ।

ଦ୍ରୁତ ବୋଲର ନୋର୍ତ୍ତଜେ ଆଇପିଏଲ ୨୦୨୧ରେ ଯୋଗ ଦେବା ପାଇଁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ଛାଡିଥିଲେ। ସେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଦକ୍ଷିଣ ଆଫ୍ରିକାର ଅନ୍ୟ ଖେଳାଳିଙ୍କ ସହ ଭାରତ ପହଞ୍ଚିଥିଲେ। ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆରେ ପାକିସ୍ତାନ  ହାତରୁ ପରାଜିତ ହୋଇ ଦିନିକିଆ ସିରିଜ୍‌ରେ ପରାଜିତ ହୋଇଥିଲା।

   Related Posts