Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆଇପିଏଲ-୨୦୨୦ : ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ଫିଲ୍ଡିଂ

24/10/2020 at 3:03 PM

ଦୁବାଇ, ୨୪|୧୦:  ଆଜି ଖେଳାଯିବାକୁ ଥିବା ଆଇପିଏଲର ୪୨ ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ ।

ପ୍ଲେ-ଅଫ୍‌ ଯୋଗ୍ୟତା ଦୌଡ଼ରେ ଆଗୁଆ ଥିବା କ୍ୟାପିଟାଲ୍ସ ପ୍ରଥମ ପର୍ଯ୍ୟାୟରେ ନାଇଟ୍‌ ରାଇଡର୍ସକୁ ୧୮ରନ୍‌ରେ ହରାଇଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ନାଇଟ୍‌ ରାଇଡର୍ସ ପାଇଁ ଆଜିର ମ୍ୟାଚ୍‌ ଜିତିବା ଜରୁରୀ । ଦଳ ୧୦ଟି ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ ୧୦ ପଏଣ୍ଟ ପାଇଛି । ପ୍ଲେ-ଅଫ୍‌ ପ୍ରବେଶ ପାଇଁ ଦଳକୁ ଶେଷ ୪ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ।

ଶ୍ରେୟାସ ଆୟରଙ୍କ କ୍ୟାପିଟାଲ୍ସ ଦଳ ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ (୫ ୱିକେଟ୍‌) ନିକଟରୁ ପରାଜିତ ହୋଇଥିଲା । ଓପନର ଶିଖର ଧାୱନଙ୍କ କ୍ରମାଗତ ଦ୍ୱିତୀୟ ଶତକ ସତ୍ତେ୍ୱ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିବା ରିଶବ ପନ୍ତଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ବିଫଳ ହୋଇଥିଲେ। ତେଣୁ ବ୍ୟାଟ୍ସମ୍ୟାନ୍‌ମାନେ ତ୍ରୁଟି ସୁଧାରି ଭଲ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବେ। ଧାୱନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନାଇଟ୍‌ ରାଇଡର୍ସ ତୁଳନାରେ କ୍ୟାପିଟାଲ୍ସ ବୋଲିଂ ବିଭାଗ ଦୃଢ଼ ରହିଛି । ପେସ୍‌ ବୋଲର କାସିସୋ ରାବାଡ଼ା ଓ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ନାଇଟ୍‌ ରାଇଡର୍ସ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରୁ ୮ ୱିକେଟ୍‌ରେ ହାରିଯାଇଥିଲା । ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସାମ୍ନାରେ ଦଳ ୮/୮୪ରନ୍‌ କରିଥିଲା। ଏହା ଅଧିନାୟକ ଇୟନ ମୋର୍ଗାନଙ୍କ ଚିନ୍ତା ବଢ଼ାଇ ଦେଇଛି। ରୟାଲ୍‌ ଚ୍ୟାଲେଞ୍ଜର୍ସ ଅପେକ୍ଷା କ୍ୟାପିଟାଲ୍ସ ସବୁ ବିଭାଗରେ ଶକ୍ତିଶାଳୀ । ତେଣୁ ବିଜୟଧାରାକୁ ଫେରିବାକୁ ହେଲେ ନାଇଟ୍‌ ରାଇଡର୍ସକୁ ସବୁ ବିଭାଗରେ ସଫଳ ପ୍ରଦର୍ଶନ ଦେବାକୁ ପଡ଼ିବ। ଲୋକି ଫର୍ଗୁସନଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ସୁଦୃଢ଼ କରିଛି । କିନ୍ତୁ ବ୍ୟାଟ୍ସମ୍ୟାନ୍‌ଙ୍କ ଫର୍ମ ମୁଖ୍ୟ ସମସ୍ୟା ରହିଛି। ଦୁର୍ଦ୍ଦର୍ଷ ଆନ୍ଦ୍ରେ ରସେଲ ଆହତ ସମସ୍ୟା ପାଇଁ ପୂର୍ବ ମ୍ୟାଚ୍‌ ଖେଳିନଥିଲେ । ତେଣୁ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି।

   Related Posts