Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପୃଥ୍ୱୀ ଓ ଶ୍ରେୟସଙ୍କ ଧୂଆଁଧାର ଅର୍ଦ୍ଧଶତକ : କୋଲକାତାକୁ ୨୨୯ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

3/10/2020 at 9:28 PM

ଦୁବାଇ, ୦୩ ।୧୦:  ଦୁବାଇର ଶାରଜାହ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଓ୍ୱିକେଟ୍ ହରାଇ ୨୨୮ ରନ୍‌ର ବିଶାଳ ସ୍କୋର କରିଛି । ଦଳ ପୃଥ୍ୱୀ ଶ ଓ ଶ୍ରେୟସ ଆୟାରଙ୍କ ଆକର୍ଷଣୀୟ ଅର୍ଧଶତକରେ ୨୨୮ ରନ୍ କରିପାରିଛି । ଏହାସହ କୋଲକାତାକୁ୨୨୯ ରନ୍‌ର ଟାର୍ଗେଟ୍ ଦେଇଛି ।

ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିବା କୋଲକାତାକୁ ମହଙ୍ଗା ପଡିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ପକ୍ଷରୁ ଓପନିଂରେ ଓହ୍ଲାଇଥିଲେ ପୃଥ୍ୱୀ ଶ ଓ ଶିଖର ଧାଓ୍ୱର । ଶିଖର ୧୬ ବଲରୁ ୨୬ ରନ୍ କରି ପ୍ୟାଭିଲିଅନ ଫେରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୃଥ୍ୱୀଙ୍କ ବିସ୍ଫୋକ ଇନିଂସ । ସେ ଷ୍ଟାଡିୟମର ଚାରି ଦିଗକୁ ସଟ୍ ଖେଳିଥିଲେ । ତେବେ ପୃଥ୍ୱୀ ବିସ୍ପୋରକ ଇନିଂସ ଖେଳିବା ସହ ୪୧ ବଲରୁ ୬୬ ରନ୍ କରି ଆଉଟ ହୋଇଥିଲେ । ଏହି ପାଳିରେ ୪ ଚୌକା ଓ ୪  ଛକା ରହିଥିଲା । ସେହିପରି ଶ୍ରେୟସ ଆୟାର ମଧ୍ୟ ଦ୍ରୁତ ପାଳି ଖେଳି ଅର୍ଧଶତକ ହାସଲ କରିଥିଲେ । ସେ ମାତ୍ର ୩୮ ବଲରୁ ୮୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ୧୭ ବଲରୁ ୩୮ ରନ୍ କରିଥିଲେ ।  

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆଣ୍ଡ୍ର୍ୟୁ ରସେଲ ଦୁଇଟି ଓ କମଲେଶ ନାଗରକୋଟି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

   Related Posts