ଟିକ୍‌-ଟକ୍‌ ନେଲା ଜଣେ ଯୁବକଙ୍କ ଜୀବନ

Published By : Prameya-News7 Bureau | April 15, 2019 IST

wp:heading {"level":5}
ନୂଆଦିଲ୍ଲୀ୧୫|୪: ମୋବାଇଲ୍‌ ଫୋନ୍‌ ମଣିଷଙ୍କ ଜୀବନ ବଞ୍ଚାଇପାରେ ଓ ଜୀବନ ନେଇ ବି ପାରେ। ପ୍ରତ୍ୟେକ୍‌ ଇଲେକ୍‌ଟ୍ରୋନିକ୍‌ସ ଜିନିଷ ଯେତିକି ଲାଭଦାୟକ ହୋଇଥାଏ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ। ଏହି ଭଳି ଏକ ଘଟଣା ଘଟିଛି ଦିଲ୍ଲୀର ବାରାଖମ୍ୱା ରୋଡରେ । ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ରେ ଭିଡିଓ ବନେଇବା ସମୟରେ ଜଣେ ଯୁବକଙ୍କ ପ୍ରାଣ ଯାଇଛି।
/wp:heading {"id":103722}
wp:heading {"level":5}
ରିପୋର୍ଟ ଅନୁସାରେ ସଲମାନ ନାମକ ଜଣେ ଯୁବକ ନିଜ ସାଙ୍ଗ ସୋହେଲ ଓ ଆମିର ସହ ଇଂଡିଆ ଗେଟ୍‌ ଯାଇଥିଲେ। ସେଠାରୁ ଫେରିଲା ବେଳେ ସୋହେଲ୍‌ ବନ୍ଧୁକ କାଢି ସଲମାନଙ୍କ ଉପରେ ରଖି ଟିକ୍‌-ଟକ୍‌ ଭିଡିଓ କରୁଥିଲେ। ଭିଡିଓ କରିବା ସମୟରେ ହଠାତ୍‌ ବନ୍ଧୁକରୁ ଗୁଳି ଫୁଟିଯାଇଥିଲା। ସଲମାନ ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ କହିବା ଅନୁସାରେ ଘଟଣା ଘଟିଲା ପରେ ୨ ଯୁବକ ଦରିଆଗଂଜରେ ତାଙ୍କ ସଂପର୍କୀୟ ଘରକୁ ଯାଇଥିଲେ। ସେଠାରେ ବସ୍ତ୍ର ବଦଳିବା ପରେ ସଂପର୍କୀୟ ସହ ସଲମାନଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ଡାକ୍ତରଖାନା ପକ୍ଷରୁ ପୋଲିସକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା ।
/wp:heading {"id":103724}
wp:heading {"level":5}
ସଲମାନ ନିଜ ବୟାନରେ ଆମୀର ଓ ସୋହେଲଙ୍କ ନାଁ ନେଇଥିଲେ। ଏହା ପରେ ଆମୀର ଓ ସୋହେଲ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ। ‌ କିଛି ସମୟ ମଧ୍ୟରେ ସଲମାନଙ୍କ ମୃତ୍ୟୁ ହୋଇଥିଲା। ଫେରାର ଦୁଇ ସାଙ୍ଗଙ୍କୁ ପୋଲିସ ଏବେ ଖୋଜୁଥିବାବେଳେ  ଉଭୟଙ୍କ ନାଁରେ ହତ୍ୟାମାମଲା ରୁଜ୍ଜୁ କରିଛି ।
/wp:heading {"id":103725,"width":582,"height":437}
wp:heading {"level":5}
ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ହତ୍ୟା ଜାଣିଶୁଣି କରାଯାଇଛି ନା ଭୁଲ୍‌ରେ ବନ୍ଧୁକରୁ ଗୁଳି ଫୁଟିଛି ତାର ଅନୁସଂଧାନ କରୁାଯାଉଛି। ସଲମାନଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ସୋହେଲ୍‌ ମଲିକ୍‌ ଓ ତାଙ୍କ ସାଙ୍ଗଠୁ ଦୂରରେ ରହିବା ପାଇଁ ସଲମାନକୁ କୁହାଯାଇଥିଲା।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.