ଆଜିଠାରୁ ଦିଲ୍ଲୀରେ ନୋ-ଏଣ୍ଟ୍ରି : ସପ୍ତାହେ ଯାଏଁ ସବୁ ସୀମା ବନ୍ଦ, ପାସ୍‌ଧାରୀ କରିପାରିବେ ଯାତାୟତ

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୨।୬: ଦେଶବ୍ୟାପୀ ଅନ୍ ଲକ୍ ୧.୦ ର ଆଜି ହେଉଛି ଦ୍ବିତୀୟ ଦିନ। ଗତ ଦୁଇ ମାସ ହେବ ଦେଶବ୍ୟାପୀ ଜାରି ରହିଥିବା ପ୍ରତିବନ୍ଧକ ଧିରେ ଧିରେ କୋହଳ ହେବାରେ ଲାଗିଛି । ମାତ୍ର ଏହି ସମୟରେ ରାଜଧାନୀ ଦିଲ୍ଲୀକୁ ଆଖପାଖ ସହରକୁ କାମ ପାଇଁ ଆସୁଥିବା ଲୋକଙ୍କ ସମସ୍ୟା ବଢି ଯାଇଛି । କାରଣ ଆଜିଠାରୁ ସପ୍ତାହେ ପର୍ଯ୍ୟନ୍ତ ଦିଲ୍ଲୀର ସୀମା ସିଲ୍ ରହିବ । କେବଳ ପାସଧାରୀଙ୍କୁ ହିଁ ଏଣ୍ଟ୍ରି ପାଇଁ ଅନୁମତି ମିଳିବ ।

ଅନ୍ ଲକ୍ ୧.୦ ର ଗାଇଡ୍ ଲାଇନ୍ ଅନୁଯାୟୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ଦିଲ୍ଲୀ ସଂଲଗ୍ନ ନିଜ ସୀମାକୁ ଖୋଲି ଦେଇଥିଲେ । ଫଳରେ ଲୋକମାନେ ଗୁରୁଗ୍ରାମ-ଫରିଦାବାଦରୁ ଦିଲ୍ଲୀ ଆସିପାରିବେ । ମାତ୍ର ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦରୁ ଦିଲ୍ଲୀ ସୀମା ସିଲ୍ ରଖାଯାଇଛି ।

ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି କ୍ରମେ ସୀମାକୁ ସଂପୂର୍ଣ୍ଣ ଭାବେ ସିଲ୍ କରିଦିଆଯାଇଛି । ଫଳରେ ଦିଲ୍ଲୀକୁ ଏବେ ସମସ୍ତଙ୍କୁ ଏଣ୍ଟ୍ରି ମିଳିବ ନାହିଁ । ଯେଉଁମାନଙ୍କ ନିକଟରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପାସ୍ ଥିବ ଅଥବା ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷ ଯାତାୟତ କରିପାରିବେ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ କରୋନା ସଂକ୍ରମଣ ବିସ୍ତାରକୁ ନେଇ ଗଣମାଧ୍ୟମ ସହ କଥା ହୋଇଥିଲେ । ଏହି ସମୟରେ ସେ ଦିଲ୍ଲୀ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଥିଲେ । ଶେଷରେ ଦିଲ୍ଲୀର ସମସ୍ତସୀମା ସିଲ୍ କରଯିବା ନେଇ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.