ମହିଳା ବିଜେପି ମୁଖପାତ୍ରଙ୍କୁ Tweetରେ ଟ୍ରୋଲ କରୁଛନ୍ତି ମୌଳବାଦୀ, ଦେଉଛନ୍ତି ଧମକ୍, ଜାଣନ୍ତୁ କାହିଁକି

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୨: ବିଜେପି ମୁଖପାତ୍ର ନିଘତ ଆବାସ୍‌ଙ୍କୁ ମହାଶିବରାତ୍ରୀ ଶୁଭେଚ୍ଛା ଜଣାଇବା ଏବେ ମହଙ୍ଗା ପଡିଛି। ପବିତ୍ର ଶିବରାତ୍ରି ଅବସରରେ ନିଘତ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେୟାର କରିବା ସହ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଯାହା ମୌଳବାଦୀ ନାପସନ୍ଦ  କରିବା ସହ ଟ୍ୱିଟ୍‌ରେ ତାଙ୍କୁ ଟ୍ରୋଲ କରିଥିଲେ। ଏବେ ତାଙ୍କୁ ସିଧା ସିଧା ଧମକ୍ ଦେଉଥିବା ଜଣାପଡିଛି।

wp:html /wp:html

ନିଘତ ଦିଲ୍ଲୀ ବିଜେପିର ମୁଖପାତ୍ର। ଟିଭି ବିତର୍କରେ ହିନ୍ଦୁ, ମୁସ୍ଲିମ ପ୍ରସଙ୍ଗକୁ ନେଇ ନିଜର ସ୍ପଷ୍ଟ ମତାମତ ଲାଗି ସେ ରାଜଧାନୀରେ ବେଶ୍ ପରିଚିତ। ହେଲେ ମୌଳବାଦୀଙ୍କ ଆଖିରେ ତାଙ୍କ ଚାଲିଚଳନ ଯାଉ ନାହିଁ। ଦିଲ୍ଲୀ ମୟୁର ବିହାରର ବାସିନ୍ଦା ନିଘତଙ୍କୁ ଗତ ଜାନୁୟାରୀ ୩୦ ତାରିଖରେ ବିଜେପି ମୁଖପାତ୍ର ନିଯୁକ୍ତ କରାଯାଇଥିଲା। ସେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଚଳାନ୍ତି।

wp:html /wp:html

ନିଘତ ତାଙ୍କ ଟ୍ୱିଟର ପ୍ରୋଫାଇଲରେ ନିଜକୁ ବିଜେପି ମୁଖପାତ୍ର ସାଙ୍ଗକୁ ରାଜନୈତିକ ବିଶ୍ଲେଷକ ଓ ପ୍ରବଚକ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଉତୀନ୍ନ ହେବା ପରେ ସେ ମାର୍କେଟିଂ ଓ ମିଡିଆ ପରିଚାଳନା କ୍ଷେତ୍ରରେ ପାଦ ଥାପିଥିଲେ। ତେବେ ଗତ ଶିବରାତ୍ରିର ଟ୍ୱିଟ୍ ପୋଷ୍ଟ ପରେ ଜଣେ ୟୁଜର ତାଙ୍କୁ ଆଗକୁ ଜଳିବାକୁ ପ୍ରସ୍ତୁତ ରହ ବୋଲି ମଧ୍ୟ ଧମକେ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.