ଦିଲ୍ଲୀରୁ ମଡେଲ୍ଙ୍କୁ ଚେନ୍ନାଇ ଡାକିଲେ, ଫିଲ୍ମରେ ରୋଲ୍ ଦେବାକୁ କହି ବେଶ୍ୟାବୃତ୍ତିରେ ଲଗାଇଲେ ଦଲାଲ
10/01/2021 at 7:16 PM

ଚେନ୍ନାଇ ୧୦/୦୧: ପ୍ରତିଶ୍ରୁତି ଦେଇ ଠକିଦେଲେ। ତାମିଲ ଫିଲ୍ମରେ ଲିଡ୍ ରୋଲ୍ ଦେବାକୁ କହି ଦିଲ୍ଲୀର ଦୁଇ ମହିଳା ମଡେଲଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲେ ଦଲାଲ। ଦିଲ୍ଲୀରୁ ଚେନ୍ନାଇ ନେବା ପରେ ସେମାନଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିଲେ । ତେବେ ସେମାନଙ୍କୁ ପୋଲିସ ଉଦ୍ଧାର କରିଛି।
ତାମିଲ ଫିଲ୍ମରେ ମିଳିବ ଲିଡ୍ ରୋଲ୍। ଦିଲ୍ଲୀ ମଡେଲଙ୍କୁ ଚେନ୍ନାଇ ଡକାଇ ଠକିଦେଲେ ଦଲାଲ। ଯୁବତୀଙ୍କୁ ବେଶ୍ୟାବୃତ୍ତିରେ ଲଗାଇ ଅର୍ଥ କମାଉଥିଲେ। ୫ ତାରକା ହୋଟେଲରେ ଥିଲେ ଦୁଇ ମଡେଲ। ଦଲାଲଙ୍କ ଇଶାରାରେ ମୋଟା ଅଙ୍କର ଦେଇ ଆସୁଥିଲେ ଗ୍ରାହକ। ଏଥିରେ ସାମିଲ ଥିଲେ ଦିଲ୍ଲୀର ଦୁଇ ଯୁବକ।
କୌଣସି ସୂତ୍ରରୁ ଖବର ପାଇ ପୋଲିସ ହୋଟେଲରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି। କିନ୍ତୁ ପୋଲିସ ଆସିବାର ଖବର ପାଇ ସେଠାରୁ ଖସି ଯିବାକୁ ସକ୍ଷ୍ୟମ ହୋଇଛନ୍ତି ଦିଲ୍ଲୀର ଦୁଇ ଦଲାଲ। ତେବେ ସେମାନଙ୍କ ନାଁ ସୁରଜ ମଲହୋତ୍ରା ଓ ରାହୁଲ ବୋଲି ପୋଲିସ କହିଛି।
ଗିରଫ ହୋଇଥିବା ଦଲାଲ ପୋଲିସ ଆଗରେ ସତ ଓଗାଳିଛନ୍ତି। ଗତ ସପ୍ତାହରେ ଦୁଇ ମଡେଲଙ୍କୁ ତାମିଲ ଫିଲ୍ମରେ ରୋଲ୍ ଦେବାକୁ କହି ଚେନ୍ନାଇ ଡକାଇଥିଲେ ଫରେ ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲେ। ଦଲାଲଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଫେରାର ଦୁଇ ଜଣଙ୍କୁ ପୋଲିସ ଖୋଜୁଛି।