ଲୋକ ଲେଖା ସମିତି ଶତବାର୍ଷିକ ସମାରୋହକୁ ବହିଷ୍କାର କରିବ ଦିଲ୍ଲୀ ବିଧାନସଭା, ଜାଣନ୍ତୁ କ’ଣ କହିଲେ ସ୍ପିକର?

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୩।୧୨: ସଂସଦ ଲୋକଲେଖା ସମିତି (ପବ୍ଲିକ ଆକାଉଣ୍ଟସ କମିଟି)କୁ ଶହେ ବର୍ଷ ପୂରଣ ହୋଇଛି। ଏଥିଲାଗି ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେଶର ସବୁ ବିଧାନସଭାଙ୍କୁ ଏଥିରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି। ତେବେ ଉତ୍ସବରେ ଦିଲ୍ଲୀ ବିଧାନସଭା ଯୋଗ ଦେବ ନାହିଁ। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ଏ ବାବଦେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିବେ ବୋଲି ମଧ୍ୟ କହିଛନ୍ତି।  ସେ କହିଛନ୍ତି ଯେ କେନ୍ଦ୍ର ସରକାର ଜିଏନସିଟିଡି ବିଧେୟକରେ କରିଥିବା ସଂଶୋଧନକୁ ଦିଲ୍ଲୀ ସରକାର ଏହାକୁ ବିରୋଧ କରନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଦିଲ୍ଲୀ ବିଧାନସଭାର ଯେଉଁ ଅଧିକାର ଛିନ୍ନ ହୋଇଛି ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସ୍ୱୀକାର୍ଯ୍ୟ।

ନିକଟରେ ଶିମଲାରେ ଅନୁଷ୍ଠିତ ବିଧାନସଭା ବାଚସ୍ପତିଙ୍କ ବୈଠକରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସେ ବିରୋଧ ମଧ୍ୟ କରିଥିଲେ। ଏବେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ପବ୍ଲିକ ଆକାଉଣ୍ଟସ କମିଟି ଅଧ୍ୟକ୍ଷ ଅଛନ୍ତି। ଏ ବାବଦେ ତାଙ୍କୁ ଜଣାଇ ଦିଆଯାଇଥିବାର ଗୋୟଲ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.