ବିଧାନସଭା ବାଚସ୍ପତିଙ୍କ ସଚିବ କରୋନା ପଜିଟିଭ୍ : ୨୬ ଜଣଙ୍କ କରୋନା ପରୀକ୍ଷା, ଆଜି ଆସିବ ରିପୋର୍ଟ

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫/୦୬ : ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ସଚିବ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି | ସୂଚନା ଅନୁଯାୟୀ, ସଚିବ ଗତ ୧୧ ଦିନ ହେଲା ବିଧାନସଭାକୁ ଆସିନାହାନ୍ତି | ମଙ୍ଗଳବାର ଦିନ ତାଙ୍କୁ ଜ୍ୱର ହୋଇଥିଲା | ସେବେଠାରୁ ସେ ଘରେ କ୍ଵାରେଣ୍ଟାଇନରେ ଥିଲେ | ରବିବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ଆସିଥିଲା | ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା | ରିପୋର୍ଟ ଆସିବାପରେ ଜୁନ ୧ ତାରିଖରେ ବିଧାନସଭାର ବାଚସ୍ପତି ଶାଖାକୁ ସିଲ କରିଦିଆଯାଇଥିଲା | ବାଚସ୍ପତି ଶାଖାର ସମସ୍ତ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି | ପାଖାପାଖି ୨୬ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି | ସମସ୍ତଙ୍କ ରିପୋର୍ଟ ଆଜି ଆସିବ | ରିପୋର୍ଟ ଆସିବ ଯାଏଁ ବାଚସ୍ପତିଙ୍କ କାର୍ଯ୍ୟାଳୟ ସିଲ ରହିବ |

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢି ଚାଲିଛି | ଗୁରୁବାର ଦିନ ୧୩୬୯ ନୂଆ ମାମଲା ସାମ୍ନାକୁ ଆସିଥିଲା | ଏହାସହ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ୨୫ ହଜାର ୪ରେ ପହଞ୍ଚିଛି | ଦିଲ୍ଲୀରେ ଏବେ ସୁଦ୍ଧା ୬୫୦ ଜଣଙ୍କର ମୃତ୍ୟୁ ହୋଇଛି | ସହରରେ ବର୍ତ୍ତମାନ ୧୪ ହଜାର ୪୫୬ ଆକ୍ଟିଭ ମାମଲା ରହିଛି | ଦିଲ୍ଲୀରେ ସଂକ୍ରମଣ ମାମଲା ବଢିବା ସହ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ବଢିଛି | ଦିଲ୍ଲୀରେ ୧୬୩ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.