ଫେସବୁକ୍‌କୁ ସମନ୍ ଜାରି କରିବେ ଦିଲ୍ଲୀ ବିଧାନସଭା ଶାନ୍ତି ଓ ସଦଭାବନା କମିଟି, ଜାଣନ୍ତୁ କାରଣ

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୮: ଦେଶରେ ଫେସବୁକ୍‌ ବିବାଦ ବେଳକୁ ବେଳ  ଉଗ୍ର ହେବାରେ ଲାଗିଛି। ଏବେ ଦିଲ୍ଲୀ ବିଧାନସଭା ଶାନ୍ତି ଓ ସଦଭାବନା  ସମିତି (ପିସ୍ ଏଣ୍ଡ ହାର୍ମନୀ କମିଟି) ସୋସିଆଲ ମିଡିଆ ସାଇଟ୍‌ ଫେସବୁକ୍‌କୁ ସମନ ଜାରି କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଗତ ବିଧାନସଭା ନିର୍ବାଚନ ବେଳେ ରାଜଧାନୀରେ ହେଟ୍ ସ୍ପିଚ୍ ପ୍ରସାର ଓ ଦିଲ୍ଲୀ ଦଙ୍ଗା ବେଳେ ପ୍ରସଙ୍ଗରେ ଉଦାସୀନତା ଲାଗି ଫେସବୁକ୍‌କୁ ଏହି ସମନ ଜାରି କରାଯିବ। ଫେସବୁକ୍‌ ହେଟସ୍ପିଚ୍ ପ୍ରସଙ୍ଗକୁ ନେଇ ଚାଲିଥିବା ଆରୋପ ଓ ପ୍ରତ୍ୟାରୋପକୁ କମିଟି ସୋମବାର ସାବଧାନତା ପୂର୍ବକ ବିଚାର କରିବା ପରେ ପ୍ରସଙ୍ଗରେ ତତ୍କାଳ ସଜ୍ଞାନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

{"id":316168,"width":576,"height":384,"sizeSlug":"large"}

ଏ ନେଇ କମିଟି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ମାମଲାରେ ବିଶେଷ କରି ଫେସବୁକ୍ ପବ୍ଲିକ୍ ପଲିସି ଡାଇରେକ୍ଟର ଅଂଖୀ ଦାସଙ୍କୁ ସମନ ଜାରି କରିବାକୁ ନିଷ୍ପତ୍ତି ହୋଇଛି।  ବିଧାୟକ ରାଘବ ଚଡ୍ଡା ଦିଲ୍ଲୀ ବିଧାନସଭା ପିସ୍ ଅଣ୍ଡ ହାର୍ମନୀ କମିଟି ଅଧ୍ୟକ୍ଷ ଅଛନ୍ତି। ଏ ନେଇ କମିଟି ପକ୍ଷରୁ ଜାରି ବୟାନ ମୁତାବକ ବିଜେପି ନେତାଙ୍କ ଉତ୍ତେଜକ ପୋଷ୍ଟ ସତ୍ତ୍ୱେ ଫେସବୁକ୍ କୌଣସି  କାର୍ଯ୍ୟାନୁଷ୍ଠାନ କରିନଥିଲେ। ଏହି ସନ୍ଦର୍ଭରେ କମିଟି ସମନ ଜାରି କରିବ ବୋଲି କହିଛି।

{"id":316169,"sizeSlug":"large"}

ତେବେ କମିଟିଙ୍କ କାର୍ଯ୍ୟାନୁଷ୍ଠାନ ଏତିକିରେ ଅଟକି ଯିବନି। ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ଆଗାମୀ ସପ୍ତାହରେ କମିଟି ପୁଣି ଏକ ବୈଠକ ଆହ୍ୱାନ କରିଛନ୍ତି। କମିଟି ପକ୍ଷରୁ ଜାରି ବୟାନରେ ଆମେରିକୀୟ ସମ୍ବାଦପତ୍ର ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲ ରିପୋର୍ଟକୁ ମଧ୍ୟ ଉପସ୍ଥାପିତ କରାଯାଇଛି ।

{"id":316170,"sizeSlug":"large"}

ସେପଟେ ଦିଲ୍ଲୀ ସରକାରଙ୍କ ଅନୁସାରେ ଦିଲ୍ଲୀ ବିଧାନସଭା ପିସ୍ ଏଣ୍ଡ ହାର୍ମନୀ କମିଟିଙ୍କୁ ଫେସବୁକ୍ ଓ ଏହାର ଅଧିକାରୀମାନଙ୍କ ବିରୋଧରେ ଅନେକ ଅଭିଯୋଗ ମିଳିଛି। ଯେଉଁଥିରେ ଫେସବୁକ୍‌ ଭାରତରେ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ଏପରି ଉତ୍ତେଜନାପୂର୍ଣ୍ଣ ପୋଷ୍ଟକୁ ରୋକାଯାଉନଥିବାର ଅଭିଯୋଗ ରହିଛି। ଫେସବୁକ୍ ଓ ଏହାର ଅଧିକାରୀଙ୍କ ବିରୋଧରେ  ଜାଣିଶୁଣି ଅସାମାଜିକ ଓ ଉତ୍ତେଜକ ପୋଷ୍ଟକୁ ଅଣଦେଖାର ଅନେକ ଅଭିଯୋଗ ରହିଛି। ଏଣୁ ଗତ ଦିଲ୍ଲୀ ଦଙ୍ଗାରେ ଜାଣିଶୁଣି ଅବଲମ୍ବନ କରାଯାଇଥିବା ଉଦାସୀନତା ଓ ଏହା ପଛରେ ଥିବା ମୂଳ କାରଣର ଯାଞ୍ଚ ଲାଗି ସମିତି ସମନ କରିବାକୁ ବାଧ୍ୟ ହେଉଥିବା  କମିଟି କହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.