ଦିଲ୍ଲୀ ବିଧାନସଭାରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ପ୍ରସ୍ତାବ ପାରିତ, କେଜ୍ରି କହିଲେ ମୋ ପାଖରେ ଜନ୍ମ ପ୍ରମାଣ ପତ୍ର ନାହିଁ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩: ଦିଲ୍ଲୀ ବିଧାନସଭାରେ ଏନପିଆର ଓ ଏନଆରସି ବିରୋଧରେ ଶୁକ୍ରବାର ପ୍ରସ୍ତାବ ପାରିତ ହୋଇଛି। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପ୍ରସ୍ତାବରେ ଆଲୋଚନା ସମୟରେ ଅଂଶ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କରୋନା କାରଣରୁ ଦେଶରେ ଚିନ୍ତାର ମାହୋଲ ରହିଛି ଏବଂ ଅର୍ଥବ୍ୟବସ୍ଥା ସଙ୍କଟ ଜନକ ସ୍ଥିତିରେ ରହିଛି। ଏହି ସମସ୍ୟାକୁ ଅଣଦେଖା କରି ସିଏଏ, ଏନପିଆର, ଏନଆରସି ଉପରେ ସରକାର କଣ ପାଇଁ ଜୋର୍ ଦେଉଛନ୍ତି।

କେଜ୍ରିଓ୍ଵାଲ କହିଛନ୍ତି ଯେ, ରାଷ୍ଟ୍ରପତି ନିଜର ଅଭିଭାଷଣରେ କହିଥିଲେ ଯେ, ମୋର ସରକାର ଏନଆରସି ଦେଶରେ ଲାଗୁ କରିବେ। ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଏହି କଥା କହିଛନ୍ତି। ୨୦୧୦ରେ ଏନପିଆର ହୋଇଥିଲା ଏବେ କଣ ବିବାଦ। ଗୃହ ମନ୍ତ୍ରୀ କହିଥିଲେ ପ୍ରଥମେ ସିଏଏ ଆସିବ, ପୁଣି ଏନପିଆର ଏବଂ ପରେ ଏନସିଆର ପୁରା ଦେଶରେ ଲାଗୁ ହେବ। ଏହି ଆଇନ ପାକିସ୍ତାନ ହିନ୍ଦୁଙ୍କ ଲାଗି। ନିଜ ଦେଶର ହିନ୍ଦୁଙ୍କ ବିରୋଧରେ ଏହା କରାଯାଇ ନାହିଁ। କାଗଜପତ୍ର ନଦେଖାଇଲେ କେନ୍ଦ୍ର ଆଶ୍ରୟସ୍ଥଳକୁ ପଠାଇ ଦିଆଯିବ।

wp:core-embed/twitter {"url":"https://twitter.com/AamAadmiParty/status/1238448774185275392?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fmetro%2Fdelhi%2Fpolitics%2Fdelhi-assembly-passes-resolution-against-npr-nrc%2Farticleshow%2F74614348.cms","type":"rich","providerNameSlug":"twitter","className":""}
https://twitter.com/AamAadmiParty/status/1238448774185275392?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fmetro%2Fdelhi%2Fpolitics%2Fdelhi-assembly-passes-resolution-against-npr-nrc%2Farticleshow%2F74614348.cms
/wp:core-embed/twitter

ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି କହିଛନ୍ତି ଯେ, ଏହା କୁହାଯାଉଛି ଯେ ଦସ୍ତାବିଜ୍ ମଗାଯିବ ନାହିଁ। ଏନପିଆରରେ ସୂଚନା ରହିବ ଏବଂ ଏହା ପରେ ଏନଆରସି  ହେବ। ଏନଆରସିରେ ଦସ୍ତାବିଜ ମଗା ଯିବ ନାହିଁ। କେବଳ ଗୋଟିଏ ହିଁ ଦସ୍ତାବିଜ୍ ମଗାଯିବ। ତା ପୁଣି ସରକାରୀ ଏଜେନ୍ସି ପକ୍ଷରୁ ଜାରି ଜନ୍ମ ପ୍ରମାଣ  ହୋଇଥିବା ଦରକାର। ମୋ ପାଖରେ ଜନ୍ମ ପ୍ରମାଣ ପତ୍ର ନାହିଁ। ପୂରା କ୍ୟାବିନେଟ୍ ପାଖରେ ମଧ୍ୟ କାହାରି ଜନ୍ମ ପ୍ରମାଣ ପତ୍ର ନାହିଁ। ବିଧାନସଭାର ବାଚସ୍ପତିଙ୍କ ପାଖରେ ମଧ୍ୟ ଜନ୍ମ ପ୍ରମାଣ ପତ୍ର ନାହିଁ। କଣ ସେମାନେ ମୋତେ ଏବଂ କ୍ୟାବିନେଟକୁ ଶରଣାର୍ଥୀ ସ୍ଥଳକୁ ପଠାଇ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.