Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ସରକାରଙ୍କ ବିରୋଧ, ବିଧାନସଭାରେ ପ୍ରସ୍ତାବ ପାରିତ : ଗୃହମନ୍ତ୍ରୀ କହିଲେ, ‘ଚାକିରି ମାତ୍ର ୪ ଦିନ ଥିବାବେଳେ କିଭଳି ହେଲେ ପୋଲିସ କମିଶନର’

29/07/2021 at 7:08 PM

ନୂଆଦିଲ୍ଲୀ ୨୯/୦୭ : ଦିଲ୍ଲୀ ପୋଲିସ କମିଶନର ଭାବେ ଆଇପିଏସ ରାକେଶ ଆସ୍ଥାନାଙ୍କୁ ନିଯୁକ୍ତିକୁ ବିରୋଧ କରି ଦିଲ୍ଲୀ ବିଧାନସଭାରେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ପ୍ରତ୍ୟାହାର କରିବା ପାଇଁ ଗୃହ ମନ୍ତ୍ରାଳୟକୁ ନିବେଦନ କରାଯାଇଛି । ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବିଧାନସଭାରେ କହିଛନ୍ତି ଯେ, ବିଜେପି କହିବାକୁ ଚାହୁଁଛି ଯେ ମୋଦି ସରକାର ବର୍ତ୍ତମାନ ସୁଦ୍ଧା ଯେତେ ବି କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି ସମସ୍ତେ ଅକର୍ମଣ୍ୟ ଥିଲେ ଏବଂ ୭ ବର୍ଷରେ ପ୍ରଥମ ଥର ପାଇଁ ଭଲ ଅଫିସର ନିଯୁକ୍ତି ଦେଇଛନ୍ତି ।’

ଭାରତୀୟ ପୋଲିସ ସେବାର ଗୁଜୁରାଟ କ୍ୟାଡର ବରିଷ୍ଠ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ବୁଧବାର ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ତତ୍କାଳିନ ପ୍ରଭାବ ଦ୍ବାରା ଆସ୍ଥାନା ଦିଲ୍ଲୀ ପୋଲିସର କାର୍ଯ୍ୟଭାର ସମ୍ଭାଳିବେ । ସେ ପୂର୍ବରୁ ସୀମା ସୁରକ୍ଷା ବଳର ମହାନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।

ତେବେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ଏଥିପାଇଁ ବିରୋଧ କରାଯାଉଛି ଯେ, ରାକେଶ ଆସ୍ଥାନାଙ୍କର କାର୍ଯ୍ୟକାଳ ଆଉ ମାତ୍ର ୪ ଦିନ ପାଇଁ ଥିଲା । ଏହା ପରେ ସେ ଅବସର ଗ୍ରହଣ କରିଥାନ୍ତେ । କିନ୍ତୁ ତାଙ୍କ ଅବସର ସୀମାକୁ ତତ୍କାଳ ଭିତ୍ତିରେ ବୃଦ୍ଧି କରାଯାଇ ଦିଲ୍ଲୀ ପୋଲିସ ଭାର ଦିଆଯିବାକୁ ନେଇ ପ୍ରବଳ ହଙ୍ଗାମା କରିଛି ଆପ୍‌ । ଡିଜି ଶ୍ରେଶୀର ପଦପଦବୀ​‌ରେ ରହିବା ପାଇଁ ସର୍ବନିମ୍ନ କାର୍ଯ୍ୟକାଳ ୬ ମାସ ରହିଥିବା ଆବଶ୍ୟକ । କିନ୍ତୁ ରାକେଶ ଆସ୍ଥାନାଙ୍କର ଆଉ ମାତ୍ର ୪ ଦି କାର୍ଯ୍ୟକାଳ ଥିବା ବେଳେ ତାଙ୍କ ଚାକିରି ସୀମାକୁ କିଭଳି ଭାବେ ବୃଦ୍ଧି କରାଗଲା ଏବଂ କେନ୍ଦ୍ର ସରକାରଙ୍କ ନଜରରେ ଆଉ କେହି ଅଫିସର ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଝା ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସ୍ଥାନାଙ୍କ କାର୍ଯ୍ୟଭାର ବୃଦ୍ଧି କରାଯିବା ପରେ ସେ ଦିଲ୍ଲୀର ପୋଲିସ କମିଶନର ଭାବେ ଆଗାମୀ ବର୍ଷେ ପାଇଁ କାମ କରିବେ । ଏଭଳି ଉଦାହରଣ ଖୁବ କମ ଦେଖିବାକୁ ମିଳିଥାଏ ଯେ କୌଣସି ବରିଷ୍ଠ ଅଧିକାରୀଙ୍କ ସେବାନିବୃତର ମାତ୍ର କିଛି ଦିନ ପୂର୍ବରୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ପୁନଃ ନିଯୁକ୍ତି କରାଯାଇଛି । ୧୯୮୪ ବ୍ୟାଚ୍ ଆଇପିଏସ୍ ରାକେଶ ଆସ୍ଥାନା ସେଣ୍ଟ୍ରାଲ ଜାତୀୟ ତଦନ୍ତକାରୀ ବ୍ୟୁରୋ CBIର ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବରେ ଥିଲେ । କାର୍ଯ୍ୟକାଳ ସମୟରେ ଯାଞ୍ଚ ଏଜେନ୍ସିର ତତ୍କାଳିନ ନିର୍ଦେଶକ ଆଲୋକ ବର୍ମାଙ୍କ ସହିତ ବିବାଦ ହୋଇଥିଲା । ଉଭୟ ଉଭୟଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ । ତେବେ ଆଲୋକ ବର୍ମା ମଧ୍ୟ ସିବିଆଇ ନିର୍ଦେଶକ ହେବା ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ଥିଲେ ।  

   Related Posts