Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

Fb ଭାରତ ମୁଖ୍ୟଙ୍କୁ ଦିଲ୍ଲୀ ବିଧାନସଭା ପ୍ୟାନେଲଙ୍କ ସମନ୍, ୧୫ ସେପ୍ଟେମ୍ବରରେ ହାଜିରା ଲାଗି ନିର୍ଦ୍ଦେଶ

12/09/2020 at 6:59 PM

ନୂଆଦିଲ୍ଲୀ ୧୨।୯: ଦିଲ୍ଲୀ ବିଧାନସଭାର ଏକ ପ୍ୟାନେଲ ଭାରତରେ ଫେସବୁକ୍‌ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନଙ୍କୁ ହେଟ୍‌ ସ୍ପିଚ୍‌ ପ୍ରସଙ୍ଗରେ ନୋଟିସ୍ ଜାରି କରିଛନ୍ତି। ଜାରି ନୋଟିସ୍‌ରେ ତାଙ୍କୁ ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ୟାନେଲଙ୍କ ସମକ୍ଷରେ ହାଜିର ହେବାକୁ କୁହାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ଫେସବୁକ୍ ହେଟ୍‌-ସ୍ପିଚ୍‌ ନିୟମ ମୁତାବକ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଏଣୁ ଦିଲ୍ଲୀରେ ଆଇନଶୃଙ୍ଖଳା ବ୍ୟହତ ହୋଇଥିବା ଅଭିଯୋଗରେ ଏହି ନୋଟିସ୍‌ ଜାରି ହୋଇଥିବା ଜଣାପଡିଛି।

ଏ ନେଇ ଶନିବାର ଜାରି ଏକ ଅଧିକାରୀକ ବୟାନରେ ମୁଖ୍ୟ ସାକ୍ଷଙ୍କ ବୟାନ ଆଧାରରେ ଏହି ସମନ ଜାରି ହୋଇଛି। ପଠାଯାଇଥିବା ସମନରେ ହିଂସାକୁ ନେଇ ଯେପରି ସାକ୍ଷ ମିଳିଛି ସେଥିରୁ ଫେସବୁକ୍‌ ମଧ୍ୟ ସହ ଅଭିଯୁକ୍ତ। ଏଣୁ ଫେସବୁକ୍ ଉପରେ ହୋଇଥିବା ଅଭିଯୋଗ ଲାଗି ଜବାବ ତଲବ କରାଯିବା ସହ ପରିଚାଳନା ନିର୍ଦ୍ଦେଶକଙ୍କୁ ଡକାଯାଇଛି।

ସେପ୍ଟେମ୍ବର ୧୦ ତାରିଖ ଦିନ ଦିଲ୍ଲୀ ବିଧାନସଭା ଉପସଚିବ ଏ ନେଇ ନୋଟିସ୍ ଜାରି କରିଛନ୍ତି। ଏଥିରେ ସେ ଅଜିତ ମୋହନଙ୍କ ଆଫିଡେଭିଟ୍ ଉପରେ ଫେସବୁକ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ବୟାନ ଦେବାକୁ ତଥା ସମିତି ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭାଗ ନେବା ଲାଗି ୧୫ ସେପ୍ଟେମ୍ବର ୨୦୨୦ ମଧ୍ୟାହ୍ନ ୧୨ଟା ବେଳେ ଦିଲ୍ଲୀ ବିଧାନସଭା ବିଧାୟକ ଲାଉଞ୍ଜ-୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଦିଲ୍ଲୀ ବିଧାନସଭା ‘ଶାନ୍ତି ଓ ସଦଭାବନା କମିଟି’ ଦିଲ୍ଲୀ ହିଂସାରେ ଫେସବୁକ୍‌ ଭୂମିକା ନେଇ ସମୀକ୍ଷା କରିଥିଲେ। ଏଥିରେ ଫେସବୁକ୍ ଅଧିକାରୀ ଜାଣିଶୁଣି ଘୃଣାର ପ୍ରସାର କରୁଥିବା କଣ୍ଟେଟକୁ ଅଣଦେଖା କରିଥିବାର ଗୁରୁତର ଅଭିଯୋଗ ହୋଇଥିଲା। କମିଟି ବୈଠକରେ ୩ ଜଣ ସାକ୍ଷ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଇଥିଲେ।  ବୈଠକରେ କମିଟି ଅଧ୍ୟକ୍ଷ  ରାଘବ ଚଡ୍ଡା କହିଥିଲେ ଯେ ଅଭିଯୋଗରୁ ଯାହା ଜଣାଯାଏ ଫେସବୁକ୍‌ରେ କିଛି ଅଧିକାରୀ ବିଜେପି ସପକ୍ଷରେ କାମ କରୁଛନ୍ତି। ଏଣୁ ଘୃଣାର ପ୍ରସାର କରୁଥିବା କଣ୍ଟେଣ୍ଟଗୁଡିକୁ ନିଜ ପ୍ଲାଟଫର୍ମରୁ ହଟାଇ ନଥିଲେ। ଏହି ସବୁ କଣ୍ଟେଣ୍ଟରେ କମ୍ପାନୀର ହେଟ୍‌ ସ୍ପିଚ୍‌ ନିୟମ ଲାଗୁ କରାଯାଇ ନଥିଲା।

   Related Posts