ଦିଲ୍ଲୀ ବିଧାନସଭା ନିର୍ବାଚନ : ଭୋଟିଂ ଜାରି, ୬୭୨ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ପାଇଁ ଆରମ୍ଭ ହୋଇଛି ଭୋଟିଂ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ସକାଳ ୮ଟାରୁ ଭୋଟ୍‍ ଗ୍ରହଣ ଆରମ୍ଭ ହୋଇଛ୍ । ମୋଟ୍‍ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ୧ କୋଟି ୪୭ ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ମୋଟ୍‍ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ନୂଆଦିଲ୍ଲୀ ଆସନରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ପଟେଲନଗର ଆସନରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ଭୋଟିଂ ପାଇଁ ୭୫୦ଟି ଭୋଟ୍‍ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି ।

{"id":221646,"sizeSlug":"large"}

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ସୁରକ୍ଷା ଦାୟିତ୍ବରେ ୧୯୦ କମ୍ପାନୀ ପାରା ମିଲିଟାରୀ ଫୋର୍ସ ଓ ୧୯ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟାଲ୍‍ ବାଲାଟ୍ ବ୍ୟବସ୍ଥା କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ ଭୋଟ୍‍ ଗଣତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.