Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦିଲ୍ଲୀ ବିଧାନସଭାରେ ଅଯୋଗ୍ୟା ଘୋଷିତ ହେଲେ ଅଲକା ଲାମ୍ବା, ବାଚସ୍ପତି ରଦ୍ଦ କଲେ ସଦସ୍ୟତା

19/09/2019 at 9:44 PM

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍)ର ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବାଙ୍କୁ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋୟଲ ଗୁରୁବାର ଅଯୋଗ୍ୟା ଘୋଷଣା କରିଛନ୍ତି। ଲାମ୍ବା ଦିଲ୍ଲୀ ଚାନ୍ଦିନୀ ଚୌକ ନିର୍ବାଚନ ମଣ୍ଡଳିରୁ ଆପ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱୀତା କରି  ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ସେ ଦଳବଦଳାଇଥିବାରୁ ବାଚସ୍ପତି ତାଙ୍କୁ ଦଳବଦଳ ଆଇନରେ ଅଯୋଗ୍ୟା ଘୋଷିତ କରିଛନ୍ତି।

ଲାମ୍ବା ଦଳ ବଦଳାଇଥିବା ନେଇ ଆପର ଜାତୀୟ ସାଧାରଣ ସମ୍ପାଦକ ପଙ୍କଜ ଗୁପ୍ତା ଓ ବିଧାୟକ ସୌରଭ ଭରଦ୍ୱାଜ ଉପସ୍ଥାପନ କରିଥିବା ପ୍ରମାଣ ଆଧାରରେ ବାଚସ୍ପତି ଏହି ଘୋଷଣା କରିଛନ୍ତି। ଫଳରେ ବିଧାନସଭାରୁ ଲାମ୍ବାଙ୍କ ସଦସ୍ୟତା ସମାପ୍ତ ହୋଇଯାଇଛି। ଫଳରେ ଆପର ଚାନ୍ଦିନୀଚୌକ ବିଧାନସଭା ଆସନଟି ରିକ୍ତ ହୋଇଯାଇଛି। ଲାମ୍ବା ତାଙ୍କ ଇଛାରେ ଆପର ସଦସ୍ୟତା ତ୍ୟାଗ କରିଥିବାର ବାଚସ୍ପତି କହିଛନ୍ତି। ଏଣୁ ସେ ଦଳରୁ ଇସ୍ତଫା ଦେଇଥିବାରୁ ବିଧାନସଭାରେ ତାଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି ବୋଲି କହିଛନ୍ତି ।

ଲାମ୍ବା ଆପ୍ ଛାଡିବା ନେଇ ଅନେକ ପୂର୍ବରୁ ସୂଚନା ଦେଇଥିଲେ। ଏଥିଲାଗି ସେ ନିଜ ନିର୍ବାଚନମଣ୍ଡଳିରେ ସମର୍ଥକଙ୍କୁ ଭେଟି ସୂଚିତ କରିବା ପରେ କଂଗ୍ରେସରେ ଯୋଗଦେଉଥିବା ନେଇ ଘୋଷଣା ବି କରିଥିଲେ। ତେବେ ବୁଧବାର ବିଧାନସଭାରେ ଲାମ୍ବାଙ୍କ ସଦସ୍ୟତା ନେଇ ଆଲୋଚନା ବେଳେ ସେ କଂଗ୍ରେସରେ ଯୋଗଦେଇନଥିବା କହିଥିଲେ । ସେହିପରି ସେ ଆପ୍ ରୁ ଇସ୍ତଫାକୁ ବି ଅଶ୍ୱିକାର କରିଥିଲେ। ତେବେ ସାକ୍ଷ ଓ ପ୍ରମାଣ ଆଧାରରେ ବାଚସ୍ପତି ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

   Related Posts