ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗିପ୍ରଚାର ଶେଷ, ଶନିବାର ୧କୋଟି ୪୭ ଲକ୍ଷ ଭୋଟର ନିଷ୍ପତ୍ତି ଦେବେ କିଏ ହେବ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ସନ୍ଧ୍ୟା ୬ଟାରୁ ପ୍ରଚାର ଅଭିଯାନ ଶେଷ ହୋଇଛି। ଏବେ ନିର୍ବାଚନ ଲାଗି ମତଦାନ ଶେଷ ହେବା ପର୍ଯ୍ୟନ୍ତ କୌଣସି ପାର୍ଟି ଅଥବା ପ୍ରାର୍ଥୀ ମତଦାତାଙ୍କୁ କାହାକୁ ଭୋଟ ଲାଗି ଆଉ ପ୍ରବର୍ତ୍ତାଇ ପାରିବେନି। ଫେବୃଆରୀ ୮ ତାରିଖ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଏଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାଜଧାନୀର ୨ହଜାର ୬୮୮ ଭୋଟ ଗ୍ରହଣ କେନ୍ଦ୍ରରେ ୧କୋଟି ୪୭ ଲକ୍ଷ ୩ ହଜାର ୬୯୨ ଜଣ ମତଦାତା ସ୍ଥିର କରିବେ ଦିଲ୍ଲୀର କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ।

{"id":221069,"sizeSlug":"large"}

ଚଳିତ ବିଧାନସଭା ନିର୍ବାଚନ ଲାଗି ଦିଲ୍ଲୀରେ ପ୍ରଚାର ଅତୀତର ସବୁ ରେକର୍ଡ କାଟିଛି। କ୍ଷମତା ଲାଗି ରାଜନୈତିକ ଦଳମାନେ ସାମ, ଦାମ, ଦଣ୍ଡ,ଭେଦ ସବୁ ଉପାୟ ଅବଲମ୍ବନ କରିବା ଦେଖାଯାଇଥିଲା। ଏଥିଲାଗି ନିର୍ବାଚନ ଆୟୋଗ ଜନୈକ ବିଜେପି ସାଂସଦଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଥିବା ବେଳେ ଆପ୍ ନେତାଙ୍କୁ ଚେତାବନୀ ବି ଦେଇଥିଲେ। ତେବେ ଶାସକ ଆମ ଆଦମୀ ପାର୍ଟି ଗତ ୫ ବର୍ଷରେ ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଆଧାରରେ ଭୋଟରଙ୍କ ପାଖକୁ ପହଞ୍ଚିବାକୁ ଉଦ୍ୟମ କରିଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ରରେ ଥିବା ବିଜେପି ନିଜର ଯୋଜନା ଓ ଏହା ଯୋଗୁ କରିଥିବା କାମକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିଛି।

wp:html /wp:html

ତେବେ ପ୍ରଚାର ଶେଷ ହେବା ପରେ ଆପ୍ ମୁଖ୍ୟ ଆରବିନ୍ଦ କେଜରୀୱାଲ ଦିଲ୍ଲୀ ଭୋଟରଙ୍କ ଲାଗି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ବାର୍ତ୍ତା ଦେଇଛନ୍ତି। ଏଥର ଲୋକେ କାମକୁ ଭୋଟ ଦେବେ ବୋଲି କେଜରୀୱାଲ ଆଶାବ୍ୟକ୍ତ କରିଥିବା ବେଳେ ରାଜଧାନୀରେ ପ୍ରଥମ ଥର ଆମ ନେତା, କାର୍ଯ୍ୟକର୍ତ୍ତା ଓ କର୍ମୀ ଏକ ଆଦର୍ଶ ନିର୍ବାଚନ ଅଭିଯାନରେ ଭାଗିଦାର ହୋଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।  

{"id":221071,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.