Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ସିଙ୍ଘୁ ବର୍ଡରରେ ପହଞ୍ଚି ଚାଷୀଙ୍କ ସହ କଥାହେଲେ କେଜରିଓ୍ବାଲ, କହିଲେ-‘କେନ୍ଦ୍ର ମନ୍ତ୍ରୀମାନଙ୍କୁ ଚ୍ୟାଲେଞ୍ଜ୍ କରୁଛି, ଚାଷୀଙ୍କ ସହ ଖୋଲାଖୋଲି ବିତର୍କ କରନ୍ତୁ’

27/12/2020 at 8:49 PM

ନୂଆଦିଲ୍ଲୀ ୨୭/୧୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର କୃଷି ଆଇନକୁ ଜୋରଦାର ବିରୋଧ କରିଛନ୍ତି । କେଜରିଓ୍ବାଲ କୃଷି ଆଇନକୁ ଫେରାଇ ନେବା ପାଇଁ ଅପିଲ କରିବା ସହ ଚାଷୀଙ୍କୁ ଦୃଢ ସମର୍ଥନ କରିଛନ୍ତି । ସେ କହିଛନ୍ତି ଚାଷୀ ଜୀବିତ ରହିବା ପାଇଁ ଆନ୍ଦୋଳନ ପ୍ରଦର୍ଶନ କରୁଛନ୍ତି । ସିଙ୍ଘୁ ବର୍ଡରରେ ପ୍ରଦର୍ଶନ ଜାରି ରଖିଥିବା ହଜାର ହଜାର ସଂଖ୍ୟାରେ ଚାଷୀଙ୍କୁ ଭେଟି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ।

କେଜରିଓ୍ବାଲ କହିଛନ୍ତି, ‘କେନ୍ଦ୍ର ମନ୍ତ୍ରୀମାନଙ୍କୁ ଚ୍ୟାଲେଞ୍ଜ୍ କରୁଛି, ଯେ ସେମାନେ ଆସି ଚାଷୀଙ୍କ ସହିତ ଖୋଲାଖୋଲି ଭାବେ ବିତର୍କ କରନ୍ତୁ । ଜଣାପଡିବ କୃଷି ଆଇନ ଲାଭଦାୟକ କି ହାନିକାରକ’ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମତେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସଭା ସ୍ଥଳରେ ଚାଷୀଙ୍କୁ ଭେଟିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀମାନେ ନିଜ ଜୀବନ ପାଇଁ ପ୍ରଦର୍ଶନ କରୁଛନ୍ତି । କୃଷି ଆଇନ ସେମାନଙ୍କ ଭୂମି ଛଡେଇନେବ । ତେଣୁ ମୁଁ ହାତ ଯୋଡି କେନ୍ଦ୍ର ସରକାରଙ୍କୁ ଅପିଲ କରୁଛି ଯେ ଦୟାକରି ଏହି ୩ଟି କୃଷି ବିଲ ଫେରାଇ ନିଅନ୍ତୁ’ । କେଜରିଓ୍ବାଲ ଏବଂ ଆମ ଆଦମୀ ପାର୍ଟି କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଛନ୍ତି ଏବଂ କୃଷକଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି ।

ସିଙ୍ଘୁ ବର୍ଡରରେ ଆନ୍ଦୋଳନରତ ଚାଷୀମାନଙ୍କ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଅଧିକାଂଶ ଅଛନ୍ତି । ଚାଷୀମାନେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଆସନ୍ତା ଡିସେମ୍ବର ୨୯କୁ ଦିନ ଧାର୍ଯ୍ୟ କରିଛନ୍ତି ।   

   Related Posts