Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବାବେଳେ କେଜ୍ରିଙ୍କୁ ବିରୋଧ

4/08/2021 at 1:49 PM

ନୂଆଦିଲ୍ଲୀ ୦୪/୦୮: ଦିଲ୍ଲୀରେ ଦଳିତ ନାବାଳିକାକୁ ଶ୍ମଶାନରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ହଇଚଇ । ସ୍ଥିତି ବହୁତ ଗମ୍ଭୀର ରହିଛି । ପୀଡିତାଙ୍କ ପରିବାର ସମସ୍ତଙ୍କୁ ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି । ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୀଡିତାଙ୍କ ଘର ଲୋକଙ୍କୁ ବୁଧବାର ସାକ୍ଷାତ କରିଛନ୍ତି । ତେବେ ଏହି ସମୟରେ କେଜ୍ରିଓ୍ବାଲଙ୍କୁ ବିରୋଧର ସାମନା କରିବାକୁ ପଡିଥିଲା ।

ସେଠାରେ କିଛି ଲୋକ କେଜ୍ରିଓ୍ବାଲଙ୍କୁ ବିରୋଧ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ସେଠାରେ ଥିବା ମଞ୍ଚ ଉପରକୁ ଯାଇଥିଲେ । ତେବେ ସେଠା​‌ରେ ମଧ୍ୟ ତାଙ୍କ ସହ ଘଟିଥିଲା ଦୁର୍ଘଟଣ । ମଞ୍ଚ ଭାଙ୍ଗିଯିବାରୁ କେଜ୍ରିଓ୍ବାଲ ତଳେ ପଡିଯାଇଥିଲେ । ତେବେ ତାଙ୍କୁ ତୁରନ୍ତ ସୁରକ୍ଷାକର୍ମୀମାନେ ତାଙ୍କୁ ସମ୍ଭାଳି ନେଇଥିଲେ। ଏହାପରେ କେଜ୍ରିଓ୍ବାଲ ନିଜ ଗାଡିରେ ବସି ପଳାଇଥିଲେ। ପୀଡିତାଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।

ଏହା ସହିତ ବର୍ତ୍ତମାନ ଏହି ମାମଲାରେ ଏକ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ କରାଯିବ। କେଜ୍ରିଓ୍ବାଲ କହିଛନ୍ତି, ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲଙ୍କୁ ନିୟୋଜିତ କରାଯିବ, ଯାହାଫଳରେ ଦୋଷୀକୁ କରହାରୁ କଡା ଦଣ୍ଡ ମିଳିପାରିବ । କେଜରିଓ୍ବାଲ କହିଛନ୍ତି, ସରକାର ଦିଲ୍ଲୀରେ ଆଇନ ବ୍ୟବସ୍ଥାକୁ ସଜାଡିବ ପାଇଁ କଡା ପଦକ୍ଷେପ ଗହଣ କରାଯିବ।

ଉଲ୍ଲେଖନୀୟ ଯେ, ଦିଳ୍ଲୀର କେଣ୍ଟ ଅଞ୍ଚଳରେ ରବିବାର ୯ବର୍ଷର ଏକ ଶିଶୁକନ୍ୟାର ମୃତ୍ୟ ଖବର ସାମନାକୁ ଆସିଥିଲା। ପରିବାର ଲୋକ ଅଭିଯୋଗ କରିଥିଲେ ଝିଅ ସହିତ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ଦିଲ୍ଲୀ ପୋଲିସ ଏହି ମାମଲରେ ୪ ଜଣଙ୍କୁ ଗିରଫ କରି ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।

   Related Posts