ଦିଲ୍ଲୀ NCRରେ ପୁଣି ଖରାପ ହେଲା ବାୟୁ ଗୁଣବତ୍ତା, ଖେତରେ ପାଳ ଜାଳିଲେଣି ଚାଷୀ

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦: ବର୍ଷା ଥମିବାର ୨୪ ଘଣ୍ଟା ବିତିନି ପୁଣି ପ୍ରଦୂଷିତ ହେଲାଣି ରାଜଧାନୀ ଦିଲ୍ଲୀ।  ପାଳ, କୁଟା ଜଳିବାର ବାସ୍ନା ପବନରେ ବହିବା ସହ ଧୂଳି ମଧ୍ୟ ଭରିବାରେ ଲାଗିଲାଣି। ଫଳରେ ରାଜଧାନୀରେ ନିଶ୍ୱାସ ନେବା ବି ଏବେ କଷ୍ଟକର ହୋଇପଡିଛି। ମଙ୍ଗଳବାର ତୁଳନାରେ ବୁଧବାର ସାରା ଦେଶର ପ୍ରଦୂଷଣ ସ୍ତର ଅଚାନକ ବଢି ଯାଇଛି। ୧୬ଟି ସହର ରଏକ୍ୟୁଆଇ ଚଳଣୀୟ ଥିବା ବେଳେ ୧୮ଟି ସ୍ଥାନରେ ପ୍ରଦୂଷଣ ସ୍ତର ଖରାପ। ଏଥିରେ ଗୋଟିଏ ସହରର ପରିସ୍ଥିତି ଜଟିଳ ହୋଇପଡିଛି।

{"id":530342,"sizeSlug":"full","linkDestination":"none"}

ଦେଶର ଅନେକ ଅଞ୍ଚଳରେ ଏବେବି ବର୍ଷା ଲାଗି ରହିଛି। ଏଣୁ ୪୬ଟି ସହରର ଏକ୍ୟୁଆଇ ସନ୍ତୋଷନଜକ ରହିଥିବା ବେଳେ ୪୦ଟି ସହରାଞ୍ଚଳରେ ମଧ୍ୟମ ଅବସ୍ଥାରେ ଅଛି। ତେବେ ରାଜଧାନୀ ଦିଲ୍ଲୀ ଲାଗି ପାଳ କୁଟା ଜାଳିବା ଏବେ ଚିନ୍ତାଜନକ ସାବ୍ୟସ୍ତ ହୋଇଛି। ପବନରେ ପାଲକୁଟା ଜଳାଯିବାର ଧୂଆଁ ଆସୁଥିବା ବୈଜ୍ଞାନିକ କହିଛନ୍ତି। ପଞ୍ଜାବ ହରିୟାଣା ସମେତ ଆଖପାଖ କେତେକ ରାଜ୍ୟର ୭୪୬ରୁ ଅଧିକ ସ୍ଥାନରେ କୁଟା, ପାଳ ଓ ଆବର୍ଜନା ପୋଡି ହେଉଥିବାର ଜଣାପଡିଛି।

{"id":530343,"sizeSlug":"full","linkDestination":"none"}

ଏଥିରେ ଯଦି ଆଗାମୀ ଦୁଇ ଦିନରେ ପୁଣି ବର୍ଷା ନ ହୁଏ ତେବେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅତିମାତ୍ରାକୁ ନ ପହଞ୍ଚିବ ତାହା କହି ହେଉ ନାହିଁ। ପ୍ରଦୂଷଣ ବୈଜ୍ଞାନିକଙ୍କ ଅନୁସାରେ ଆଗାମୀ ୨ ଦିନରେ ବାୟୁ ଗୁଣ ସୂଚକାଙ୍କ ବହୁତ ଖରାପ ଅଥବା ଖରାପରେ ଅତି ଖରାପ ନିକଟବର୍ତ୍ତି ହୋଇପାରେ। ଦିଲ୍ଲୀ ପ୍ରଦୂଷଣରେ ଧୂଳିର ପ୍ରଭାବ ରହୁଛି। ଏନସିଆରର ବଲ୍ଲଭଗଡରେ ପ୍ରଦୂଷଣ ସ୍ତର ୩୫୨ରେ ପହଞ୍ଚି ଯାଇଥିବା ବେଳେ ଆନନ୍ଦ ବିହାରରେ ୩୪୩ ଓ ଦ୍ୱାରକାରେ ୩୦୩ ପଏଣ୍ଟରେ ପହଞ୍ଚି ଅତ୍ୟନ୍ତ ଖରାପ ହୋଇପଡିଛି। ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀର ହାରାହାରି ପ୍ରଦୂଷଣ ୨୨୧ ରେକର୍ଡ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.