କରୋନାରେ ଅନାଥ ଶିଶୁଙ୍କ ସଠିକ୍‌ ସୂଚନା ଦେଉନାହାନ୍ତି ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର: ଜାଭଡେକର

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଳୀ ୧୦/୬: କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ନେଇ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ବିଜେପି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛି। ଦୁଇ ମୁଖ୍ୟମନ୍ତ୍ରୀ  ଅନାଥ ଶିଶୁଙ୍କ ପ୍ରତି ସମ୍ବେଦହୀନ ଥିବା ନେଇ ବିଜେପି ଅଭିଯୋଗ ମଧ୍ୟ କରିଛି।

ପ୍ରକାଶ ଜାଭଡେକର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି, ଦିଲ୍ଲୀ ଏବଂ ବେଙ୍ଗଲ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଛନ୍ତି। ଏହି ଦୁଇ ରାଜ୍ୟ କରୋନାରେ ଯେଉଁ ଶିଶୁ ବାପା-ମାଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ହରାଇ ଅନାଥ ହୋଇଥିବା ବେଳେ ସେମାନଙ୍କ ସଠିକ୍‌ ତଥ୍ୟ ଦେଉନାହାନ୍ତି। ବାଲ ସ୍ବାରାଜ ପୋର୍ଟାଲରେ ମଧ୍ୟ ଏନେଇ ସୂଚନା ନାହିଁ। ଏହଠୁ ବଡ଼ ଆଇନା  କେଜ୍ରିଓ୍ବାଲ ଏବଂ ମମତାଙ୍କ ପାଇଁ କଣ ଦରକାର ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି।

ସେପଟେ ଦିଲ୍ଲୀର ସାଂସଦ ମୀନାକ୍ଷି ଲେଖି ସମ୍ବୋଦିକ ସମ୍ମଳନୀରେ ଏହି ପ୍ରସଙ୍ଗ ଉଠାଇଛନ୍ତି। କରୋନା ମହାମାରୀରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପିଲାଙ୍କ ପାଇଁ କେଜ୍ରିଓ୍ବାଲ ଏବଂ ମମତା ବାନାର୍ଜୀ ସରକାରୀ କୌଣସି ସହାୟତା କରିନାହାନ୍ତି ବୋଲି ସେ କହିଛନ୍ତି। ଏହା ସହ ସେ କହିଛନ୍ତି, କେଜ୍ରିଓ୍ବାଲ ସରକାରଙ୍କୁ ଜବାବ ଦେବା ଦରକାର କରୋନରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ସେ କଣ କରିଛନ୍ତି।

ସତ୍ୟ ଏହା ଯେ ଅନାଥ ପିଲାମାନଙ୍କ ପାଇଁ କିଛି କରିବାକୁ ସେମାନଙ୍କର ଇଚ୍ଛା ନାହିଁ। ଏମାନେ ପିଏମ କେୟାର୍ସ ଫଣ୍ଡକୁ ବନ୍ଦ କରି କେବଳ ରାଜନୀତି କରୁଛନ୍ତି ବୋଲି ମୀନାକ୍ଷି ଅଭିଯୋଗ କରିଛନ୍ତି। ଟିକାକରଣ ହେଉଁ କିମ୍ବା ଅନ୍ୟ ପ୍ରସଙ୍ଗରେ କେଜ୍ରିଓ୍ବାଲ ଏବଂ ମମତା କେବଳ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଶିଖିଛନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.