Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଦିଲ୍ଲୀ ଆନନ୍ଦବିହାର ଷ୍ଟେସନରୁ ବନ୍ଦ ହେଲା ରେଳ ଚଳାଚଳ, COVID-19 ପେସେଣ୍ଟଙ୍କ ଲାଗି ବ୍ୟବହାର ହେବ ପ୍ଲାଟଫର୍ମ

15/06/2020 at 2:02 PM

ନୂଆଦିଲ୍ଲୀ ୧୫।୬:   କରୋନା ଭାଇରସ୍ ସଂକ୍ରମଣ ଲାଗି ରେଳବାଇ  ଜୁନ ୧୫ ତାରିଖରୁ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନକୁ ରେଳ ଚଳାଚଳ ନିମନ୍ତେ ବନ୍ଦ କରିଛନ୍ତି।  ଏବେ ଏଠାରୁ କୌଣସି ଟ୍ରେନ ଚାଲିବ ନାହିଁ। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ବ୍ୟାପୁଥିବା କୋଭିଡ-୧୯ ମାହାମାରୀ ମୁକାବିଲା ଲାଗି ଷ୍ଟେସନର ପ୍ଲାଟଫର୍ମକୁ ବ୍ୟବହାର କରାଯିବ ବୋଲି ଜଣାପଡିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆନନ୍ଦବିହାର ଷ୍ଟେସନରୁ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବେ ପୁରୁଣା ଦିଲ୍ଲୀରୁ ସଞ୍ଚାଳିତ ହେବେ। ଆଗାମୀ ଆଦେଶ ପର୍ଯ୍ୟନ୍ତ ଷ୍ଟେସନକୁ ରେଳ ଚଳାଚଳରୁ ମୁକ୍ତ ରଖାଯିବା ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ରାଜଧାନୀର କରୋନା ଆକ୍ରାନ୍ତ ଲୋକଙ୍କ କ୍ୱାରେଣ୍ଟାଇନ ଓ ଚିକିତ୍ସା ଲାଗି ଏଠାରେ ରେଳ ବଗିକୁ କ୍ୱାରେଣ୍ଟାଇନ ସେଣ୍ଟର ଓ ହସ୍ପିଟାଲରେ ରୂପାନ୍ତରିତ କରାଯିବ।

ସୂଚନା ମୁତାବକ ରେଳବାଇ ଶକୁର ବସ୍ତି ମେଣ୍ଟେନାନ୍ସ ଡିପୋରେ ପୂର୍ବରୁ ୫୪ଟି ବଗିକୁ ଆଣି ରଖି ସାରେଲେଣି। ବାକି ବଗିଗୁଡିକୁ ଆନନ୍ଦ ବିହାର ରେଳ ଷ୍ଟେସନର ୭ଟି ପ୍ଲାଟଫର୍ମରେ ରଖାଯିବ। ଏହି ଷ୍ଟେସନରୁ ଉତ୍ତର ରେଳଙ୍କର ୫ଟି ଟ୍ରେନ ସଞ୍ଚାଳିତ ହେଉଥିଲା। ଏହି ସବୁ ଟ୍ରେନ ବିହାରର ମୋତିହାରୀ, ରକ୍ସୋଲ ଓ ମୁଜାଫର ପୁର ଏବଂ ଅନ୍ୟ ୨ଟି ଟ୍ରେନ ଉତ୍ତରପ୍ରଦେଶର ଗାଜିପୁର ଯାଉଥିଲେ। ତେବେ କୋଭିଡ ହସ୍ପିଟାଲ ଲାଗି ଏବେ ଆନନ୍ଦବିହାର ଷ୍ଟେସନ ବ୍ୟବହୃତ ହେବ। ଏହା ପୂର୍ବରୁ ରେଳବାଇ ୪ଟି ରାଜ୍ୟରେ ୨୦୪ଟି ପୃଥକବାସ ବଗି ମୁତୟନ କରିଛନ୍ତି।  

   Related Posts