ନଭେମ୍ୱର ପହିଲାରୁ ପାଠପଢା: ପ୍ରାଥମିକ ସ୍କୁଲରୁ କଲେଜ ଯାଏଁ ସବୁ ଖୋଲିବ, ଛଟ୍ ପୂଜାକୁ ବି ଅନୁମତି

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ୨୭/୧୦: ନଭେମ୍ବର ୧ରୁ ଦିଲ୍ଲୀର ସମସ୍ତ କ୍ଲାସ ପାଇଁ ଖୋଲିବ ବିଦ୍ୟାଳୟ । ଏହା ବ୍ୟତୀତ ଛତ୍ର ପୂଜା ଆୟୋଜନ ପାଇଁ ଅନୁମୋଦନ ମଧ୍ୟ ଦିଆଯାଇଛି । ପହିଲାରୁ ଦିଲ୍ଲୀର ସମସ୍ତ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ ଘୋଷଣା କରିଛନ୍ତି ।

wp:html /wp:html

ସିସୋଦିଆ କହିଛନ୍ତି ଯେ ଡିଡିଏମଏ ବୈଠକରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଛଟ୍ ପୂଜାକୁ ଆୟୋଜନ ପାଇଁ ଅନୁମତି ମଧ୍ୟ ଦିଆଯାଇଛି । ଦିଲ୍ଲୀରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି । ଏହି ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା covid-19 ନିର୍ଦ୍ଦେଶାବଳୀ ଏବଂ ସାମାଜିକ ଦୂରତା ପାଳନ କରାଯଉଛି ।

ତଥାପି, କୌଣସି ଛାତ୍ରଙ୍କୁ ବାଧ୍ୟତାମୂଳକ ଭାବେ ସ୍କୁଲକୁ ଡାକିବାକୁ ନିଷେଧ କରାଯାଇଛି । ଯିଏ ଚାହିଁବ ଆସିପାରିବ ବୋଲି କୁହାଯାଇଛି । ପିତାମାତାଙ୍କ ସମ୍ମତି ପତ୍ର ଅର୍ଥାତ୍ ଲିଖିତ ସମ୍ମତି ପରେ ସେମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.