Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୃଦ୍ଧ ବେଶରେ ୩୨ବର୍ଷ ବୟସର ଯୁବକ ଆମେରିକା ଯିବାକୁ କରୁଥିଲା ଯୋଜନା : ଏମିତି ଭାବେ ଧରାପଡିଲା ବିମାନବନ୍ଦରରେ

10/09/2019 at 4:35 PM

ନୂଆଦିଲ୍ଲୀ ୧୦/୯: ଗୁଜୁରାଟରେ ରହୁଥିବା ଜଣେ ଧୂର୍ତ୍ତ ଯୁବକ ଆମେରିକା ଯିବା ପାଇଁ ଏପରି ପ୍ଲାନ୍ କରିଥିଲା ଯେ ଦିଲ୍ଲୀ ଏୟାରପୋର୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିମାନବନ୍ଦରରେ ହ୍ବିଲଚେୟାରରେ ବସି ଯାଉଥିବା ଜଣେ ୮୧ବର୍ଷ ବୟସ୍କ ବୃଦ୍ଧଙ୍କ ଉପରେ ସୁରକ୍ଷା କର୍ମୀଙ୍କ ସନ୍ଦେହ ହୋଇଥିଲା । ଫଳରେ ତାଙ୍କୁ ଅଟକାଇ ପଚରାଉଚୁରା କରିଥିଲେ ସିଆଇଏସଏଫ। ଏହା ପରେ ସତ ଜଣା ପଡ଼ିବାରୁ ସମସ୍ତଙ୍କର ହୋସ୍ ଉଡ଼ିଯାଇଥିଲା।

ଦିଲ୍ଲୀ ଏୟାରପୋର୍ଟରେ ଧରା ପଡ଼ିଥିବା ଅଭିଯୁକ୍ତ ଯୁବକର ନାଁ ଜୟେଶ ପଟେଲ୍ (୩୨) । ସେ ଅହମଦାବାଦରେ ରୁହେ। ପୋଲିସର କହିବା ଅନୁସାରେ ସେ ନ୍ୟୁୟର୍କ ଯାଇ ନିଜ ରୋଜଗାର କରିବାକୁ ଚାହୁଁଥିଲା। ସେ ସବୁ ପ୍ରକାର ବିଳାସ ଚାହୁଁଥିଲା। ଏଥିପାଇଁ ସେ ଏପରି ଏକ ଯୋଜନା କରିଥିଲା। ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ସୁବିଧା ହାତେଇବା ସହ ଆମେରିକାରେ ସ୍ବତନ୍ତ୍ର ସୁବିଧା ହାସଲ କରିବା ତାର ଉଦ୍ଦେଶ୍ୟ ଥିଲା ।

ସେ ୮୧ବର୍ଷ ବୟସ୍କ ବୃଦ୍ଧର ରୂପ ନେଇଥିଲା। ସେ ଚାହୁଁଥିଲା ଯେ ତା’ର ଗେଟଅପ୍ ଏପରି ହେଉ ଯେମିତି ତାକୁ କେହି ଚିହ୍ନି ପାରିବେ ନାହିଁ। ସେ ତା’ର କେଶ ,ଦାଢ଼ି,ନିଶ ସବୁ ଧଳା ରଙ୍ଗ କରି ଦେଇଥିଲା। ଖାସ୍ କଥା ଏହା ଥିଲା ଯେ ସେ ଏଜେନ୍ସିକୁ ଠକି କ୍ଲିୟରାନ୍ସ ନେଇଥିଲା।

କିନ୍ତୁ ଏୟାରପୋର୍ଟର ସୁରକ୍ଷା ପାଇଁ ନିୟୋଜିତ ଥିବା ସିଆଇଏସଏଫ ଜଓ୍ବାନଙ୍କ ନଜରରୁ ବର୍ତ୍ତି ପାରିନଥିଲା। ପଚରାଉଚୁରା କରିବାରୁ ସେ ଧରା ପଡ଼ିଯାଇଥିଲା। ୮୧ବର୍ଷର ବୃଦ୍ଧ ହୋଇ ଅମରିକ ସିଂହ ନାଁରେ ସେ ବିଦେଶକୁ ଯାଉଥିଲା।

ସେ ଏସବୁ ଏତେ ଚତୁରତାର ସହ ଯୋଜନା କରିଥିଲା ଯେ ସୁରକ୍ଷାକର୍ମୀମାନେ ମଧ୍ୟ ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ନିଜକୁ ବୟସ୍କ ଦେଖାଯିବା ପାଇଁ ଜିରୋ ନମ୍ବରର ଚଷମା ମଧ୍ୟ ପିନ୍ଧିଥିଲା।

   Related Posts