Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମାସ୍କ ବାଧ୍ୟତାମୂଳକ, ବିମାନରେ ରହିବନି ଖାଦ୍ୟ ବ୍ୟବସ୍ଥା… ଲକ୍ ଡାଉନ୍ ପରେ ନୂଆ ନିୟମ ସହ ଖୋଲିବ ଦିଲ୍ଲୀ ବିମାନବନ୍ଦର

25/04/2020 at 12:27 PM

ନୂଆଦିଲ୍ଲୀ ୨୫।୪: କୋରାନ ମହାମାରୀ ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ୍ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାପୂର୍ବରୁ ଦିଲ୍ଲୀ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି । ଦିଲ୍ଲୀ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଲିମିଟେଡ୍ (DIAL) ଏହି ସୂଚନା ଦେଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ DIAL ପରିଚାଳନା କରୁଛି । ଏହା ଜିଏମଆର ଗ୍ରୁପ୍ ଏବଂ ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (AII)ରଜଏଣ୍ଟ ଭେଞ୍ଚର ଅଟେ ।

DIAL କହିଛି ଯେ, ବିମାନ ବନ୍ଦରର ବିଲ୍ଡିୁଂଗୁଡିକୁ ସାନିଟାଇଜ୍ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଲକ୍ ଡାଉନ୍ ଶେଷ ହେବା ପରେ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ସାମାଜିତ ଦୂରତା ନିୟମକୁ କଡାକଡି ପାଳନ କରିବାର ବ୍ୟବସ୍ଥା କରାଯାଇଛି ।

DIAL କହିଛି ଯେ ଚେକ୍-ଇନ୍ କାଉଣ୍ଟର, ସୁରକ୍ଷା ଯାଞ୍ଚ ଅଞ୍ଚଳ ଏବଂ ବିମାନରେ ଚଢିବା ଗେଟରେ ଅତିରିକ୍ତ ଲୋକଙ୍କୁ ନିୟୋଜିତ କରାଯିବ । ସେମାନେ ଯାତ୍ରୀମାନଙ୍କ ମଧ୍ୟରେ ଦୂରତା ନିୟମ ପାଳନ କରାଇବେ । ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପ୍ରୋତ୍ସାହିତ କରାଯିବ । ଏହା ବ୍ୟତୀତ ଛିଡା ହେବା ସ୍ଥାନରେ ବିଭିନ୍ନ ରଙ୍ଗର ଟେପ୍ ସହିତ ସାମାଜିକ ଦୂରତାକୁ ଚିହ୍ନିତ କରାଯିବ । ଚେକ୍ ଇନ୍ କାଉଣ୍ଟର ଅଞ୍ଚଳରେ ବସିବା ପାଇଁ ଅତିରିକ୍ତ ସିଟ୍ ବ୍ୟବସ୍ଥା କରାଯିବ ଯାହା ଦ୍ବାରା ଲୋକମାନଙ୍କୁ ଯଥେଷ୍ଟ ଦୂରତାରେ ବସିବାକୁ ପ୍ରୋତ୍ସାହିତ କରାଯାଇପାରିବ । ବିମାନ ମଧ୍ୟରେ ଖାଦ୍ୟ ଏବଂ ସ୍ନାକ୍ସ ସର୍ଭିସ୍ ବନ୍ଦ ରହିବ । କେବଳ ପାଣି ବୋଲତ ପ୍ରଦାନ କରାଯିବ ।

DIAL କହିଛି ଯେ, ବିମାନବନ୍ଦର କମ୍ପ୍ଲେକ୍ସ ସଫା କରିବା ପାଇଁ ୫୦୦ ଜଣିଆ ଟିମ୍ ନିୟୋଜିତ କରାଯାଇଛି । ଏମାନେ ପ୍ରତି ଘଣ୍ଟାରେ ଥରେ ସାନିଟାଇଜ୍ କାର୍ଯ୍ୟ କରିବେ । ଏହା ବ୍ୟତୀତ ପ୍ରତିଦିନ ୬,୦୮,୦୦୦ ବର୍ଗ ମିଟର ଅଞ୍ଚଳ ପରିସରକୁ ଭଲ ଭାବରେ ସଫା କରାଯିବ । ଏହା ବ୍ୟତୀତ ଚେୟାର, ଡେସ୍କ, ଲିଫ୍ଟ, ଅଟୋମେଟିକ୍ ସିଡିର ରେଲିଂ, ଲଗେଜ୍ ରଖିବା ଟ୍ରେ, ହ୍ୟାଣ୍ଡଲ୍ ଏବଂ ବିମାନରୁ ଲଗେଜ୍ ପରିବହନ କରୁଥିବା କନଭେୟର ବେଲ୍ଟ ନିୟମିତ ସାନିଟାଇଜ୍ କରାଯିବ । ଏହାସହ ବାଥରୁମକୁ ଏକ ଘଣ୍ଟା ପରେ ବନ୍ଦ କରି ଏହାକୁ ସାନିଟାଇଜ୍ କରାଯିବ । ଫୁଡ୍ କୋର୍ଟରେ ମଧ୍ୟ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ନେଇ ବ୍ୟବସ୍ଥା କରାଯିବ ।

କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେହ କୁମାର ଜୟପୁରିଆ କହିଛନ୍ତି, ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ରକ୍ଷା କରିବା ପାଇଁ DIAL ଚେଷ୍ଟା କରିବ । ବିମାନ ବନ୍ଦରକୁ ନିୟମିତ ସାନିଟାଇଜ୍ କରିବାର ଲକ୍ଷ୍ୟ ହେଉଛି ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କ ସ୍ବାସ୍ଥ୍ୟ ରକ୍ଷା କରିବା ।

   Related Posts