ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ବିମାନବନ୍ଦର ଅଚଳ, ବଦଳିଲା ୩୨ ବିମାନଙ୍କ ମାର୍ଗ, ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ:  ବାୟୁ ପ୍ରଦୂଷଣର ପ୍ରଭାବ ଏବେ ରାଜଧାନୀରେ ବିମାନଯାତ୍ରୀଙ୍କୁ ପ୍ରଭାବିତ କରିଛି। ସହରରେ ବହଳ କୁହୁଡି ଯୋଗୁ ଲୋ ଭିଜିବିଲିଟ୍ କାରଣରୁ ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ୩୨ଟି ବିମାନର ମାର୍ଗ ପରିବର୍ତ୍ତନ କରିଛନ୍ତି। ତେବେ ମାର୍ଗ ପରିବର୍ତ୍ତିତ ହୋଇଥିବା ବିମାନ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ନଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ କହିଛନ୍ତି। ବିମାନବନ୍ଦର ପରିସରରେ କୁହୁଡି ଯୋଗୁ ରନୱେ ଦେଖା ନଯିବାରୁ ବିମାନମାନଙ୍କ ଗତିପଥ ପରିବର୍ତ୍ତନ କରାଯାଇଥିଲା।

{"id":178714}

ଦିଲ୍ଲୀ ଆସୁଥିବା ବିମାନଗୁଡିକୁ ନିକଟବର୍ତ୍ତି ଅଞ୍ଚଳରେ ଥିବା ବିମାନବନ୍ଦର ଉଦ୍ଦେଶ୍ୟରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପରେ କୁହୁଡି ପରିମାର ହ୍ରାସ ଯୋଗୁ ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଯେଉଁ ବିମାନଗୁଡିକର ମାର୍ଗ ପରିବର୍ତ୍ତନ କରାଯାଇଥିଲା ସେଥିରେ ଯାତ୍ରା କରୁଥିବା ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

{"id":178715,"width":584,"height":390}

ବିମାବନ୍ଦର ବହଳ କୁହୁଡିରେ ଘୋଡେଇ ହୋଇପଡିବା ପରେ ଟ୍ୱିଟର ହ୍ୟାଣ୍ଡେଲରେ ଏ ନେଇ ସୂଚନା ଦିଆଯାଇଥିଲା। ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନଗୁଡିକୁ ଅନ୍ୟ ବିମାନବନ୍ଦରକୁ ପଠାଯାଇଥିଲା। ତେବେ ଦିନ ବଢିବା ସହ କୁହୁଡିର ପ୍ରଭାବ କମିବାରେ ଲାଗିଥିଲା। ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବର ଚାଷୀ ଫସଲ ଅମଳ କରିବା ପରେ ପାଳ ଜାଳିବା ଯୋଗୁ ଧୂଆଁ ବାୟୁମଣ୍ଡଳରେ ଭରି ଯାଉଛି। ଯାହା ଏବେ କୁହୁଡି ହୋଇ ଦିଲ୍ଲୀ ଆକାଶକୁ ଘୋଡାଇପକାଉଛି। ବାୟୁର ମାନ ହ୍ରାସ ଯୋଗୁ ଦିଲ୍ଲୀ ସରକାର ନାଗରିକଙ୍କୁ ଆଉଟଡୋର ଆକ୍ଟିଭିଟି ବନ୍ଦ କରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥିବା ବେଳେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀର ସ୍କୁଲ ବନ୍ଦ ଘୋଷଣା କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.