ଦିଲ୍ଲୀ ଏୟାରପୋର୍ଟରୁ ଗିରଫ ହେଲେ ୭ଜଣ ଆଫଗାନୀ : ଏକ୍ସ-ରେ କରାଯିବାରୁ ଯାହା ବାହାରିଲା ଦେଖି ଉଡ଼ିଗଲା ହୋଶ

Published By : Prameya-News7 Bureau | November 27, 2019 IST

ନୂଆଦିଲ୍ଲୀ ୨୭/୧୧: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ଏୟାରପୋର୍ଟରେ ପୋଲିସ୍ ୭ଜଣ ଆଫଗାନ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ପାଖରେ ପାଖାପାଖି ୧୦କୋଟି ଟଙ୍କାର ୨୧୪କ୍ୟାପସୁଲ୍ ହେରୋଇନ୍ ଜବତ ରହିଛି। ଜବତ ହୋଇଥିବା କ୍ୟାପସୁଲର ମୂଲ୍ୟ ପାଖାପାଖି ୧୦କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଯାତ୍ରୀ ନଭେମ୍ବର ୧୬ତାରିଖରେ ଆଫଗାନିସ୍ତାନର କନ୍ଧାରରୁ ଦିଲ୍ଲୀ ଆସିଥିଲେ।

{"id":190621,"sizeSlug":"large"}

ସେମାନେ ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରେ ପହଞ୍ଚିବାରୁ କଷ୍ଟମ ବିଭାଗକୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ତାଙ୍କୁ ଧରି ଯେତେବେଳେ ଏକ୍ସ-ରେ କରାଗଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ପେଟରେ କ୍ୟାପସୁଲ୍ ଭଳି ଜିନିଷ ଦେଖାଯାଇଥିଲା। କଷ୍ଟମ୍ ବିଭାଗ ତୁରନ୍ତ ପେଟରୁ କ୍ୟାପସୁଲ୍ ବାହାର କରିବାକୁ ଡାକ୍ତରଙ୍କୁ ଡକାଇଥିଲେ। ଡାକ୍ତରଙ୍କ ସହାୟତାରେ ସେମାନଙ୍କ ପେଟରୁ ୨୧୪ଟି କ୍ୟାପସୁଲ୍ ବାହାର କରାଯାଇଥିଲା। ସେହି କ୍ୟାପସୁଲରେ ହେରୋଇନ୍ ଥିବାର କଷ୍ଟମ୍ ବିଭାଗ ଦେଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.