Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ: ବିକ୍ରିହେଲା ଅମ୍ଳଜାନ, ଏୟାର ପ୍ୟୁରିଫାୟର ଟାୱାର ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

15/11/2019 at 10:29 PM

ଦିଲ୍ଲୀ1୫|୧୧: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ।  ଦ୍ବିତୀୟ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି।  ଉତ୍କଟ ପ୍ରଦୁଷଣକୁ ରୋକ୍ ଲଗାଇବାରେ ବିଫଳ ହେବାରୁ ଚାରିଟି ରାଜ୍ୟ ପଞ୍ଜାବ,ହରିୟାଣା,ଉତ୍ତରପ୍ରଦେଶ ଓ ଦିଲ୍ଲୀର ମୁଖ୍ୟ ପ୍ରଶାସକଙ୍କୁ ସମନ ଜାରି କରିଛନ୍ତି ସୁପ୍ରିମକୋର୍ଟ।  ପ୍ରଦୁଷଣ ସଙ୍କଟର ମୁକାବିଲା ପାଇଁ ଦିଲ୍ଲୀରେ ଏୟାର ପ୍ୟୁରିଫାୟର ଟାୱାର ବ୍ୟବସ୍ଥା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ କହିଛନ୍ତି ଖଣ୍ଡପୀଠ।

ଏମିତି ଦିନ ବି ଦେଖିବାର ଥିଲା । ପବନ  ବିକ୍ରି ହେଲା। ଦିଲ୍ଲୀରେ  ଏ ହେଉଛି   ଅକ୍ସି ପ୍ୟୋର ନାମକ ଏକ  ବାର୍‌ । ଏଠାକୁ ଆପଣ  ଯାଇ ୧୫ ମିନିଟ ପାଇଁ ଅକ୍ସିଜେନ ଚାର୍ଜ ହୋଇପାରିବେ । ମାନେ ୧୫ ମିନିଟର ଶୁଦ୍ଧ ସ୍ବଚ୍ଛ ପବନ  ପ୍ରଶ୍ବାସ ନେବେ। ଆଉ ଏଥିପାଇଁ ଦେବେ ୨୯୯ ଟଙ୍କା। ସାକେତ ସିଲେକ୍ଟସିଟି ୱାକ ମଲରେ ଖୋଲିଛି ପ୍ରଥମ ଅକ୍ସିଜେନ୍ ବିକ୍ରି ଦୋକାନ । ଦୋକାନ ନାଁ ହେଉଛି ଅକ୍ସିପ୍ୟୁଓର ଷ୍ଟୋର । ୯୯ ଟଙ୍କାରେ ଅକ୍ସିଜେନ୍ ସ୍ପ୍ରେ ବି ମିଳୁଛି । ଯାହାକୁ ଦିନରେ ୩ ଥର ପାଟିରେ ସ୍ପ୍ରେ କରିହେବ ।

ଦିନେ ପାଣି ବିକ୍ରି ହେଉଥିଲେ ଲୋକେ ହସୁଥିଲେ । ତାହା ସାଧାରଣ ହୋଇଗଲାଣି ।  ଏବେ ପୁଣି ପବନ ବିକ୍ରି ହେଲାଣି। ସ୍ଥିତି ସେମିତି ହୋଇଛି ଦିଲ୍ଲୀରେ। କିଛି ଦିନର ଆଶ୍ବସ୍ତି ପରେ ଦିଲ୍ଲୀରେ ଏବେ ପୁଣି ଜରୁରୀକାଳୀନ ସ୍ଥିତି ।  ପୁଣି ସମସ୍ତ ସ୍କୁଲ ବନ୍ଦ ଘୋଷଣା । ନିର୍ମାଣ କାର୍ଯ୍ୟ , କଳକାରଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  । ଜାଣି ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ A.Q.I. ସ୍ତର ପାଖାପାଖି ଛଅ ଶହ ରହିଛି। ଯାହାକୁ ଅତି ବିପଦଜନକ ବୋଲି କୁହାଯାଉଛି । ଦିଲ୍ଲୀରେ ଅଡ୍ ଇଭିନ ଫର୍ମୂଲା ପୁଣି ଥରେ ଲାଗୁ କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ସୋମବାର ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।

ଆଜି ସୁପ୍ରିମକୋର୍ଟ ବି ଉଦବେଗ ପ୍ରକାଶ କରିଛନ୍ତି।  ଅଡ ଇଭିନ୍ ଫର୍ମୁଲା ସ୍ଥାୟୀ ସମାଧାନ ନୁହଁ ବୋଲି କହିଛନ୍ତି କୋର୍ଟ କହିଛନ୍ତି।  କେନ୍ଦ୍ର ସରକାର ଏଦିଗରେ କଣ ପଦକ୍ଷେପ ନେବେ ୭ ଦିନ ଭିତରେ ଜଣାନ୍ତୁ । ପ୍ରଦୂଷଣ ମାତ୍ରାରୋ  ହ୍ରାସ କରିବାରେ ବିଫଳ ହେବାରୁ ପଞ୍ଜାବ,ହରିୟାଣା,ଉତ୍ତରପ୍ରଦେଶ ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ଜବାବ ତଲବ କରିଛନ୍ତି। ସେହିପରି  ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ ଦିଲ୍ଲୀରେ ଏୟାର ପ୍ୟୁରିଫାୟର ଟାୱାର ଲଗାଇବାକୁ ପରାମର୍ଶ ଦେଇଛନ୍ତି।

ଏୟାର ପ୍ୟୁରିଫାୟର କଣ। ଏହାକୁ ଆର୍ଟିଫିସିଆଲ ଟ୍ରି ମଧ୍ୟ କୁହାଯାଉଛି। ମେକ୍ସିକୋରେ ଏହାର ପରୀକ୍ଷାମୂଳକ ଲଗାଯାଇଛି। ଏହି ଟାୱାର ବାୟୁମଣ୍ଡଳରୁ ଧୂଳି, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ବିଷାକ୍ତ ଉପାଦନ ଶୋଷିନେବ ଏବଂ ଅମ୍ଳଜାନ ଛାଡ଼ିଥାଏ।ଏହା ବେଶ୍‌ ଉପଯୋଗୀ ହୋଇଥିବା କୁହାଯାଉଛି।  କିନ୍ତୁ ଭାବନ୍ତୁ ସ୍ଥିତି କେଉଁଭଳି ସାଂଘାତିକ ହେଲାଣି।  ପ୍ରଦୂଷଣ ସମସ୍ୟା ନେଇ କେବେଳ ଦିଲ୍ଲୀ ନୁହେଁ  ଓଡିଶାର ଭୁବନେଶ୍ବର ତାଳଚେରେ ମଧ୍ୟ ସ୍ଥିତି ଧିରେ ଧିରେ ଉଦ୍‌ବେଗ ଜନକ ହେଉଛି।  

   Related Posts