Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଜୁନ ୧୮ରୁ ପର୍ଯ୍ୟାୟକ୍ରମେ ଖୋଲିବ ଦିଲ୍ଲୀ AIIMSର ଓପିଡି

15/06/2021 at 7:22 PM

ନୂଆଦିଲ୍ଲୀ ୧୫।୬: ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ଦିଲ୍ଲୀ ମଙ୍ଗଳବାର ଓପିଡି ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି। ଜୁନ ୧୮ରୁ ବାହ୍ୟ ରୋଗୀଙ୍କ ନିମନ୍ତେ ଓପିଡି ସେବା ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ କରିବ ବୋଲି ଏଥିରେ ସୂଚିତ କରିଛନ୍ତି। ଓପିଡି ରେଜିଷ୍ଟ୍ରେସନ କେବଳ ସେହି ରୋଗୀଙ୍କର ହେବ ଯେଉଁମାନଙ୍କର ଅନଲାଇନ ଅଥବା ଟେଲିଫୋନ ଆପଏଣ୍ଟମେଣ୍ଟ ଥିବ ବୋଲି କୁହାଯାଇଛି। ତେବେ ପରେ କୋଭିଡ-୧୯ ପରିସ୍ଥିତି ସମୀକ୍ଷା କରି ୱାକ୍‌ ଇନ୍‌ ରେଜିଷ୍ଟ୍ରେସନ ଲାଗି ନିଷ୍ପତ୍ତି ହେବ ବୋଲି ଏଥିରେ ସୂଚିତ କରାଯାଇଛି।

ଦେଶରେ କୋଭିଡ-୧୯ ଲଗି ୨୪ ମାର୍ଚ୍ଚ ୨୦୨୦ରୁ ଦିଲ୍ଲୀ ଏମସ୍‌ ଓପିଡିକୁ ବନ୍ଦ କରି ଦିଆଯାଇଥିଲା। ରାଷ୍ଟ୍ରୀୟ ରାଜଧାନୀରେ ମହାମାରୀ ପରିଚାଳନା ନିମନ୍ତେ ଏମସ୍‌ ସଂଶାଧନର ଡେପୁଟେସନ ନିମନ୍ତେ ଏହି ପଦକ୍ଷେପ ନେଇଥିଲେ। ତେବେ ଏମସ୍‌ର ଡାକ୍ତରମାନେ ଟେଲିମେଡିସିନ ମାଧ୍ୟମରେ ପରାମର୍ଶ ଦେଉଥିବା ବେଳେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ଆଡମିଶନ କରାଯାଉଥିଲା। ଗତବର୍ଷ ଓପିଡି ସେବା ଆଂଶିକ ଖୋଲାଯାଇଥିଲା।  ହେଲେ ପରେ ପୁଣି ବନ୍ଦ ହୋଇଯାଇଥିଲା।

ଏବେ ଏମସ୍‌ରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇଛି। ଏଣୁ ଏମସ୍‌ ପର୍ଯ୍ୟାୟକ୍ରମେ ଓପିଡି ସେବା ଓ ରୁଟିନ ସର୍ଜରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ କେବଳ ଗୁରୁତର ରୋଗୀଙ୍କୁ ଏମାର୍ଜେନ୍ସୀରେ ଏଠାରେ ସର୍ଜରୀ ସେବା ଉପଲବ୍ଧ କରାଯାଉଛି। ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁ ଗତ ଏପ୍ରିଲ ୨୨ ତାରିଖରୁ ଫିଜିକାଲ ଓପିଡି ସେବାଗୁଡିକୁ ବନ୍ଦ କରିଥିଲେ।

   Related Posts