ଦିଲ୍ଲୀ ଏମ୍ସରେ ନର୍ସଙ୍କ ଆନ୍ଦୋଳନ ସ୍ଥଗିତ, ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା ପରେ ନିଷ୍ପତ୍ତି

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ସହ ଦୁଇ ଘଣ୍ଟାର ବୈଠକ ପରେ ମଙ୍ଗଳବାର ରାତିରେ ନର୍ସିଂ ୟୁନିଅନ୍ ଧର୍ମଘଟ ସ୍ଥଗିତ ରଖିଛନ୍ତି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପ୍ରାୟ ୫ ହଜାର ନର୍ସ ସୋମବାର ଷଷ୍ଠ କେନ୍ଦ୍ରୀୟ ଅର୍ଥ ଆୟୋଗ ସହ ଜଡିତ ବିଭିନ୍ନ ଦାବି ନେଇ ଧର୍ମଘଟ କରିଥିଲେ ।

ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି ଯେ, ନର୍ସମାନେ ଧର୍ମଘଟ ସ୍ଥଗିତ କରି କାମ ଆରମ୍ଭ କରିଛନ୍ତି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ହ୍ସପିଟାଲ କର୍ତ୍ତୃପକ୍ଷ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘକୁ ଆଶ୍ବାସନା ଦିଆଯାଇଥିଲା ଯେ ସେମାନଙ୍କର ସମସ୍ତ ସ୍ଥାନୀୟ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ । ଯେଉଁଠି କି ମନ୍ତ୍ରଣାଳୟ ସହ ଜଡିତ ମାମଲା ଯଥାଶୀଘ୍ର ପୃଥକ ଭାବରେ ସମାଧାନ କରାଯିବ । ଅଧିକାରୀ କହିଛନ୍ତି ଯେ, ବୈଠକ ପରେ ସଂଘ ଧର୍ମଘଟ ସ୍ଥଗିତ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.