ଦ୍ୱିତୀୟ ଦିନରେ ଏମ୍ସ ନର୍ସଙ୍କ ଧାରଣା: ରୋଗୀ ସେବା ବାଧାପ୍ରାପ୍ତ, ମହାମାରୀ ସମୟରେ ନର୍ସଙ୍କ ଧାରଣା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ନିର୍ଦ୍ଦେଶକ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ଦିଲ୍ଲୀ ଏମ୍ସରେ ନର୍ସ ୟୁନିୟନଙ୍କ ଅନିଶ୍ଚିତକାଳ ପାଇଁ ଧାରଣା ମଙ୍ଗଳବାର ଦିନ ଦ୍ୱିତୀୟ ଦିନରେ ଜାରି ରହିଛି। ନର୍ସ ୟୁନିୟନ ଷଷ୍ଠ କେନ୍ଦ୍ର ବେତନ ଆୟୋଗ ସମ୍ବନ୍ଧୀୟ ଦାବି ଏବଂ ଅନ୍ୟ ଦାବିକୁ ନେଇ ଧାରଣା ଦେଇଛନ୍ତି। ନର୍ସ ୟୁନିୟନ ଅଧ୍ୟକ୍ଷ କହିଛନ୍ତି ଯେ ତାଙ୍କ ୟୁନିୟନ ପ୍ରଶାସନ ସହ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ରୋଗୀଙ୍କ ପାଇଁ ସେମାନେ ଶୋକ ପ୍ରକାଶ କରୁଛନ୍ତି କିନ୍ତୁ ସେମାନେ ଅସହାୟ କାରଣ ସେମାନଙ୍କ ଦାବି ପୂରଣ ହୋଇନି। ମାସେ ପୂର୍ବରୁ ସେମାନେ ଷ୍ଟ୍ରାଇକ କରିବାକୁ ନୋଟିସ ଦେଇଥିଲେ ସୁଦ୍ଧା ପ୍ରଶାସନ ଦାବି ଶୁଣିନି।

ସୂଚନା ଅନୁଯାୟୀ, ଏମ୍ସର ନର୍ସ ୟୁନିୟନ ନିଜ ଦାବିକୁ ନେଇ ସୋମବାର ଦିନ ଅନିଶ୍ଚିତକାଳ ପାଇଁ ଧାରଣା ଷ୍ଟ୍ରାଇକ କରିଛନ୍ତି। ଏମ୍ସ ନିର୍ଦ୍ଦେଶକ ସେମାନଙ୍କୁ ଆନ୍ଦୋଳନ ଡେରାଇ ନେବାକୁ ଏବଂ କାମକୁ ଫେରି ଯିବାକୁ ଅପିଲ କରିଛନ୍ତି। ପାଖାପାଖି ୫ ହଜାର ନର୍ସ ସୋମବାର ଅପରାହ୍ନରୁ ଷ୍ଟ୍ରାଇକ କରିଛନ୍ତି। ଫଳରେ ହସ୍ପିଟାଲରେ ରୋଗୀଙ୍କ ସେବା ବାଧାପ୍ରାପ୍ତ ହୋଇଥିଲା। ଏମ୍ସ ନିର୍ଦ୍ଦେଶକ ଏକ ଭିଡିଓ ମେସେଜରେ ମହାମାରୀ ସମୟରେ ନର୍ସଙ୍କ ଷ୍ଟ୍ରାଇକକୁ ଅନୁପଯୁକ୍ତ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି।

ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ନର୍ସ ୟୁନିୟନ ୨୩ଟି ଦାବି ରଖିଛନ୍ତି ଏବଂ ଏମ୍ସ ପ୍ରଶାସନ ତଥା ସରକାର ପାଖାପାଖି ସବୁ ଦାବି ମାନିଛନ୍ତି। ସେ କହିଛନ୍ତି ଗୋଟିଏ ଦବୁ ମୂଳତଃ ଷଷ୍ଠ ବେତନ ଆୟୋଗ ଅନୁସାରେ ଆରମ୍ଭ ବେତନ ଧାର୍ଯ୍ୟ କରିବା ସମ୍ବନ୍ଧୀୟ।

ଅପରପକ୍ଷରେ ଏମ୍ସରେ ଭର୍ତ୍ତି ଥିବା ରୋଗୀଙ୍କ ପରିବାର ଲୋକ କହିଛନ୍ତି ଯେ ଏମ୍ସ ନର୍ସିଙ୍ଗ ୟୁନିୟନର ଷ୍ଟ୍ରାଇକ ପାଇଁ ସେମାନଙ୍କୁ ଅନେକ ସମସ୍ୟା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.