Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ନାଳରୁ ପୁଣି ୨ ଜଣଙ୍କର ମୃତଦେହ ଉଦ୍ଧାର- ଦିଲ୍ଲୀ ହିଂସାରେ ମୃତ୍ୟୁସଂଖ୍ୟା ୩୫କୁ

27/02/2020 at 7:50 PM

ନୂଆଦିଲ୍ଲୀ ୨୭।୦୨ –  ଦିଲ୍ଲୀ ହିଂସାରେ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।ଆଜି ଏକ ନାଳରୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।୨୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ଦିଲ୍ଲୀରେ ହିଂସା ଥମିଯାଇଛି ।କିନ୍ତୁ ଏହାକୁ ନେଇ ରାଜନୀତି ତେଜିଛି ।ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଭିତରେ ଆରୋପ ପ୍ରତ୍ୟାରୋପ ଜୋର୍‌ ଧରିଛି ।

କଂଗ୍ରେସ ଏଥିପାଇଁ ସିଧାସଳଖ ଟାର୍ଗେଟ୍‌ କରିଛି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ।ଆଜି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଦଳର ବରିଷ୍ଠ ନେତା ।

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହଟାଇବାକୁ ଦାବି କରିଛନ୍ତି । ସରକାର ହିଂସା ରୋକିବାକୁ କିଛି ବି କରିନାହାନ୍ତି ବୋଲି ରାଷ୍ଟ୍ରପତିଙ୍କୁ କହିଛନ୍ତି ସୋନିଆ ଗାନ୍ଧୀ । ରାଷ୍ଟ୍ରପତି ଏହା ଉପରେ ନିଶ୍ଚୟ ପଦକ୍ଷେପ ନେବେ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ସେପଟେ ବିଜେପି ଓ ଆପ୍‌ ମଧ୍ୟରେ ଦିଲ୍ଲୀ ହିଂସାକୁ ନେଇ ତୁତୁ ମେମେ ଜୋର ଧରିଛି। ବିଜେପି କହିଛି ଦଙ୍ଗା ଦୁଇ ଦିନରେ ହୋଇଯାଇନି ,୨ ମାସ ହେଲା ଏଥିପାଇଁ ଲୋକଙ୍କୁ ଉସୁକାଯାଉଥିଲା । ଏଥିପାଇଁ କଂଗ୍ରେସ ଓ ଆମ୍‌ ଆଦମି ପାର୍ଟିକୁ ଟାର୍ଗେଟ କରିଛି ବିଜେପି।

ସେପଟେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆପ୍‌ ନେତା ତାହିର ହୁସେନ୍‌ଙ୍କ ଘର ଛାତ ଉପରୁ ଦଙ୍ଗାକାରୀ ମାନେ ପେଟ୍ରୋଲ ବମ୍‌ ଫିଙ୍ଗୁଥିଲେ । ଆଉ ତାଙ୍କ ଛାତ ଉପରେ ବକେଟ୍‌ରେ ବଡ଼ ବଡ଼ ପଥର ଖଣ୍ଡ ରଖାଯାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଡ଼ କରାଯାଉଥିଲା ।

 କିନ୍ତୁ ଏ ଭିଡିଓ ସାମ୍ନାକୁ ଆସିବା ପରେ ସଫେଇ ଦେଇ ତାହିର ହୁସେନ୍‌ କହିଛନ୍ତି ଯେ ତାଙ୍କ ଘରକୁ ଦଙ୍ଗାକାରୀ ମାନେ ବ୍ୟବହାର କରୁଥିବା ନେଇ ସେ ପୋଲିସକୁ ଜଣାଇଥିଲେ ।…

ଦିଲ୍ଲୀ ହିଂସା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । କେନ୍ଦ୍ର ସରକାର ୪ ସପ୍ତାହ ଭିତରେ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ଗୃହ ମନ୍ତ୍ରାଳୟକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ ।ଏ ପର୍ଯ୍ୟନ୍ତ ମାମଲାରେ ୪୮ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ସଲିସିଟର ଜେନେରାଲ କୋର୍ଟରେ କହିଛନ୍ତି । ଏ ପର୍ଯ୍ୟନ୍ତ ୧୦୬ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ପୁଣି ସମୀକ୍ଷା କରିବା ସହିତ ହିଂସା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…

ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ।ହେଲେ ଚାପା ଉତ୍ତେଜନା ଲାଗିରହିଛି । ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି । ପ୍ରଭାବିତ ଉତ୍ତର-ପୂର୍ବ ଦିଲ୍ଲୀରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖାଯାଇଛି । ସ୍ଥିତି ସ୍ବାଭାବିକ ହେବାପରେ ସିବିଏସ୍ଇ ସେହି ଅଞ୍ଚଳର ପିଲାମାନଙ୍କ ପାଇଁ ପରୀକ୍ଷାର ନୂଆ ତାରିଖ ଘୋଷଣା କରିବ ।

   Related Posts