Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ପ୍ରଥମ ମହିଳା ଅଟୋ ଚାଳକଙ୍କୁ ଠାରୁ ୩୦ ହଜାର ଟଙ୍କା ଲୁଟିନେଲା ଆଉ ଜଣେ ଅଟୋ ଚାଳକ

6/06/2019 at 1:36 PM

ନୂଆଦିଲ୍ଲୀ ୬/୬ : ଦିଲ୍ଲୀର ପ୍ରଥମ ମହିଳା ଅଟୋ ଚାଳକ ସୁନିତା ଚୌଧୁରୀଙ୍କ ଠାରୁ କିଛି ଦୁର୍ବୁତ୍ତ ୩୦ ହଜାର ଟଙ୍କା ଲୁଟିନେଇଛନ୍ତି । ଗାଜିଆବାଦରେ ଦୁର୍ବୁତ୍ତମାନେ ସୁନିତାଙ୍କ ଠାରୁ ଟଙ୍କା ଲୁଟିନେଇଥିଲେ । ସୁନିତା ନିଜ ଘର ମେରଠରୁ ଦିଲ୍ଲୀ ଫେରୁଥିବାବେଳେ ଲୁଟ ହୋଇଥିଲା । ଅନ୍ୟ ଜଣେ ଅଟୋ ଚାଳକ ତାଙ୍କୁ ଲୁଟିଥିବା ସୁନିତା କହିଛନ୍ତି ।  

ସୁନିତାଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସକାଳ ୧୦ଟାରେ ସେ ମେରଠରୁ ବସ୍ ଧରି ମୋହନ ନଗର ଛକ ଯାଏଁ ଆସିଥିଲେ । ସେଠାରେ ସେ ଏକ ଅଟାରେ ବସିଥିଲେ । ଅଟୋ ଚାଳକ ସହ ଆଉ ଜଣେ ଯୁବକ ଆଗରେ ବସିଥିଲା । ପଛରେ ୨ ଜଣ ଯୁବକ ବସିଥିଲେ । ଅଟୋ ଚାଳକ ସୁନିତାଙ୍କ ୨ଟି ବ୍ୟାଗ୍ ଅଟା ପଛପଟେ ରଖିଦେଇଥିଲା । ମୋହନ ନଗର ଫ୍ଲାଇ ଓଭର ପାର ହେବାପରେ ଆଗରେ ବସିଥିବା ଯୁବକକୁ ଅଟୋ ଚାଳକ ପଛକୁ ପଠାଇ ଦେଇଥିଲା । ସୁନିତା ପ୍ରଶ୍ନ କରିବାରୁ ଅଟୋ ଚାଳକ କହିଥିଲା ଯେ, ଆଗରେ ଯାତ୍ରୀ ବସାଇଲେ ପୋଲିସ ଧରିଥାଏ ।

ବସୁନ୍ଧରା ନାଲିବତୀ ପାଖରେ ଅଟୋ ବନ୍ଦ ହୋଇଯାଇଥିଲା । ଅଟୋ ଚାଳକ କହିଥିଲା ଯେ ଅଟୋ ଖରାପ ହୋଇଯାଇଛି । ଅଟୋ ଚାଳକ ସୁନିତାଙ୍କ ୨ଟି ବ୍ୟାଗ ଓହ୍ଲାଇଦେଇ ଅନ୍ୟ ଅଟୋରେ ଯିବା ପାଇଁ କହିଥିଲା । ସୁନିତା ଓହ୍ଲାଇ ଅନ୍ୟ ଅଟୋ ପାଇଁ ଅପେକ୍ଷା କରିଥିଲେ । ଏତିକିବେଳେ ୩ ଜଣ ଅଟୋ ଷ୍ଟାର୍ଟ କରି ସେଠାରୁ ଫେରାର ହୋଇଯାଇଥିଲେ ।

ଏହା ଦେଖି ସୁନିତା ହଠାତ ନିଜ ବ୍ୟାଗ ଖୋଲି ଦେଖିଲାବେଳକୁ ସେଥିରୁ ୩୦ ହଜାର ଟଙ୍କା ଚୋରି ହୋଇଯାଇଥିଲା । ଏହାପରେ ସେ ସାହିବାବାଦ ଥାନାରେ ମାମଲା ରୁଜ୍ଜୁ କରିଥିଲେ । ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।

   Related Posts