ଫୋନରୁ ଡିଲିଟ୍ କରନ୍ତୁ ଏହି ୫ଟି ଫୋଲ୍ଡର, ସ୍ଲୋ କିମ୍ୱା ହ୍ୟାଙ୍ଗ ହେବା ସମସ୍ୟା ରହିବ ନାହିଁ
8/02/2019 at 4:13 PM

ଫୋନ ସ୍ଲୋ ହେବା ବା ହ୍ୟାଙ୍ଗ କରିବା ସାଧାରଣତଃ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ନିତି ଦିନିଆ ସମସ୍ୟା । ସ୍ମାର୍ଟ ଫୋନ ସହ ଜଡିତ କିଛି କିଛି ଭୁଲ ପ୍ରତ୍ୟେକ ଲୋକ କରନ୍ତି। ଏହି ଭୁଲ କାରଣରୁ ଧିରେ ଧିରେ ଫୋନ ସ୍ଲୋ ହେବାକୁ ଲାଗେ। ସ୍ମାଟ ଫୋନ ବ୍ୟବହାର କରୁଥିବା ଅଧିକାଂଶ ଲୋକ ଏହାର କାରଣ ଜାଣିନଥାନ୍ତି। ସ୍ମାର୍ଟ ଫୋନରେ ୫ଟି ଫୋଲଡର ଥାଏ ଯେଉଁଠି କିଛି ଡାଟା ଅଯଥା ଷ୍ଟୋର ହୋଇଯାଏ। ଏଥିରେ ଷ୍ଟୋର ହେଉଥିବା ଡାଟା ଜମା ଦରକାରି ହୋଇନଥାଏ। ତେଣୁ ଏହି ଫୋଲଡର ଫୋନରୁ ଡିଲିଟ୍ କରିଦେବା ଉଚିତ୍। ଡିଲିଟ୍ କରିଲା ପରେ ଫୋନର ସ୍ପିଡ ଆଗ ଭଳି ହୋଇଯିବ।

ଫୋନର ରାମ୍ କମ ଥିଲେ ମେମୋରି ଶୀଘ୍ର ଫୁଲ ହୋଇଯାଏ। ଏହି କାରଣରୁ ଫୋନ ମଧ୍ୟ ସ୍ଲୋ ହୋଇଯାଏ । ଫୋନ୍ରେ ଥିବା ଏପ୍ସଗୁଡିକ ଏକାସମୟରେ ରନ୍ କରିଲେ ଫୋନ ହ୍ୟାଙ୍ଗ ହୋଇଥାଏ। ସାଧାରତଃ ଫୋନରେ ଏପ୍ସ ଖୋଲି କାମ କରିଲାପରେ ଲୋକେ ବ୍ୟାକ ବଟନ ପ୍ରେସ କରିଦିଅନ୍ତି। ଏହା ଦ୍ୱାରା ଏପ୍ସ ବନ୍ଦ ହେବା ବଦଳରେ ମିନିମାଇଜ ହୋଇ ବ୍ୟାକଗ୍ରାଉଣ୍ଡରେ ଚାଲୁଥାଏ। ଫଳରେ ଫୋନ ସ୍ଲୋ ହୋଇଥାଏ।

ଫୋନରେ ଥିବା ଇଣ୍ଟରନାଲ ଷ୍ଟୋରେଜ ଏପ୍ସ ପାଇଁ ଥାଏ। ଯେତେବେଳେ ଗୁଗୁଲ ପ୍ଲେ ଷ୍ଟୋରରେ ଏପ୍ସ ଅପଡେଟ କରାଯାଏ ଏହା ଫୋନରେ ଅଧିକ ସ୍ପେଶ ନେଇଥାଏ। ଫୋନରେ କୌଣସି ଏପ୍ ଇଂଷ୍ଟଲ କରିଲେ ଟେମ୍ପରାରି ଡାଟା ଫୋନରେ ଷ୍ଟୋର ହୋଇଯାଏ। ଏହି ଡାଟା ଫୋନର ରାମ୍ରେ ଷ୍ଟୋର ହେବା ଫଳରେ ଫୋନ ସ୍ଲୋ ହୋଇଥାଏ।

ଗୁଗୁଲ ପ୍ଲେ ଷ୍ଟୋର ବଦଳରେ କୌଣସି ଏପ୍ ଏପିକେ ଫାଇଲ ଦ୍ୱାରା ଇଂଷ୍ଟଲ କରିବା ଫୋନ ପାଇଁ ଖରାପ ହୋଇଥାଏ। ଫଳରେ ଫୋନ ଅଧିକ ସ୍ଲୋ ହୋଇ ହ୍ୟାଙ୍ଗ ହୁଏ ଏବଂ ଫୋନ ଡାଟା ଲିକ ହବାର ସମ୍ଭାବନା ଥାଏ। ଫୋନରେ ଏଣ୍ଟିଭାଇରସ୍ ବା ଫ୍ରି କ୍ଲିନର ଏପ୍ ଇଂଷ୍ଟଲ କରିବା ଅନୁଚିତ୍। ଏହି ଏପ୍ସ ଦ୍ୱାରା ଫୋନ ବାରମ୍ୱାର ସ୍କାନ ହୁଏ ଫଳରେ ଫୋନ ସ୍ପିଡ କମିଯାଏ। ଫୋନରେ ଅଧିକ ଫିଲ୍ମ ବା ଗୀତ ରଖିଲେ ଫୋନ ସ୍ଲୋ ହେବାର ସମସ୍ୟାର ସାମ୍ନା କରିବାକୁ ପଡେ।

ସ୍ମାର୍ଟ ଫୋନରେ ୫ଟି ଏମିତି ଫୋଲଡର ଥାଏ ଯେଉଁଠି ଡାଟା ସବୁବେଳେ ଷ୍ଟୋର ହୋଇଯାଏ। ଏହି ଡାଟା ଥିବାର ଜଣା ପଡେନି କିନ୍ତୁ ଧିରେ ଧିରେ ଏହି ଡାଟା ଏମ୍ବି ରୁ ଜିବିରେ ପରିଣତ ହୋଇଚାଲିଥାଏ। ଏହି ଫୋଲଡର ଡିଲିଟ୍ କରିବା ଆବଶ୍ୟକ।

ଆଜିକାଲି ପ୍ରାୟତଃ ସମସ୍ତଙ୍କ ଫୋନରେ ହ୍ୱାଟ୍ସଆପ୍ (whatsapp) ଥାଏ। ତେବେ ହ୍ୱାଟ୍ସଆପରେ ସବୁବେଳେ ଅଡିଓ, ଭିଡିଓ, ଜିଆଇଏଫ ଏବଂ ଅନ୍ୟାନ ଫାଇଲ ଆସେ। ଅଧିକାଂଶ ଲୋକ ଏହି ଫାଇଲ ପ୍ଲେ କରି ଶୁଣିଲା ଏବଂ ଦେଖିଲା ପରେ ଡିଲିଟ୍ କରନ୍ତି ନାହିଁ । ଏହି ଫାଇଲ ଅନ୍ୟ ମାନଙ୍କୁ ଫରୱାର୍ଡ ମଧ୍ୟ କରନ୍ତି ଓ ଏହା ଅଧିକ ସ୍ପେଶ ନେଇଥାଏ। ତେବେ ଫାଇଲ ମେନେଜରରେ ଡାଟା ସେଣ୍ଟ ଆଇଟମକୁ ଯାଇ ସେଣ୍ଟ ଫୋଲଡର ଡିଲିଟ୍ କରିବା ଉଚିତ୍। ସ୍ମାର୍ଟ ଫୋନ ଭଲରେ ବ୍ୟବହାର କରିବାକୁ ହେଲେ ଫୋନରେ ଅଦରକାରି ଡାଟାକୁ ଷ୍ଟୋର ହେବା ପୂର୍ବରୁ ଡିଲିଟ କରିବା ଉଚିତ୍। ଫଳରେ ଫୋନ ସ୍ଲୋ ହେବ ନାହିଁ ଓ ହ୍ୟାଙ୍ଗ ହବାରୁ ରକ୍ଷା ପାଇବେ।
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021