ସ୍ମାର୍ଟ ଫୋନ୍‌ରୁ ୟୁଜର୍ସଙ୍କ ଅଜାଣତରେ ଟଙ୍କା କାରବାର କରିଥାଏ ଏହି ଆପ୍‌, ତୁରନ୍ତ କରନ୍ତୁ ଡିଲିଟ୍‌

Published By : Prameya-News7 Bureau | November 07, 2019 IST

ନୂଆଦିଲ୍ଲୀ - ଏବେ ସ୍ମାର୍ଟଫୋନ୍‌ରେ ଅନେକ ପ୍ରକାର ଟଙ୍କା କାରବାର ହେଉଛି । ବିଭିନ୍ନ ଅନ୍‌ଲାଇନ୍‌ କାରବାର ସହ ଆପ୍‌ ମାଧ୍ୟମରେ ବି ଟଙ୍କା ଦିଆ ନିଆ, ରିଚାର୍ଜ ଓ ବିଭିନ୍ନ୍ ପ୍ରକାରର ଅର୍ଥ କାରବାର ହେଉଛି । ଏହାର ସୁଯୋଗ ନେଇ କେତକ ହ୍ୟାକର ତଥା ନକଲି ବା ଫେକ୍‌ ଆପ୍‌ ପ୍ରସ୍ତୁତକାରୀ ଲୋକଙ୍କ ଟଙ୍କା ଲୁଟିବା ପାଇଁ ଯୋଜନା କରିଛନ୍ତି ।

{"id":180473,"width":562,"height":274}

ଏବେ ସିକ୍ୟୁର ଡି ଟିମ୍‌ ପକ୍ଷରୁ ଏଆଇ.ଟାଇପ୍‌ ନାମକ ଏପରି ଏକ ଆପ୍‌କୁ ମୋବାଇଲ୍‌ରୁ ଚୋରାରେ ଟଙ୍କା ନେଉଥିବା ବିଷୟରେ ସୂଚନା ମିଳିଛି । ମୋବାଇଲ୍‌ ବ୍ୟବହାରକାରୀ ବା ୟୁଜର୍ସଙ୍କ ଅଜାଣତରେ ଏହା ପ୍ରିମୟମ ସର୍ଭିସକୁ କିଣିପାରିବ । ୟୁଜର ଏ ବିଷୟରେ ଜାଣିବା ବେଳକୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିସାରିଥିବ ।


ଏହି ଆପ୍‌ ଫୋନ୍‌ର ବ୍ୟାକଗ୍ରାଉଣ୍ଡରେ କାମ କରିଥାଏ । ଏଥିରେ ୟୁଜର୍ସଙ୍କ ଅଜାଣତରେ ଭ୍ୟୁ ବା ମତାମତ ନିଆଯାଇଥାଏ । ଏହା ସହ ଡିଜିଟାଲ୍‌ ଟଙ୍କା କାରବାର କରିଥାଏ ।


Ai.type ଏକ କି ବୋର୍ଡ ଆପ୍‌ । ଏହା ଏକ ଆଣ୍ଡ୍ରଏଡ୍‌ ଆଫ୍‌ । ଏହାକୁ ୪ କୋଟି ଥର ଡାଉନ୍‌ଲୋଡ୍‌ କରାଯାଇଛି । ଇସ୍ରାଏଲ୍‌ର କମ୍ପାନୀ Ai.type ଲିମିଟେଡ୍‌ ପ୍ରସ୍ତୁତ କରିଛି । ଏହା ମାଗଣା ଇମୋଜୀ କି ବୋର୍ଡ ନାମରେ ପ୍ଲେଷ୍ଟୋରରେ ଉପଲବ୍ଧ ।

{"id":180474,"width":554,"height":396}

ଆଜି ପର୍ଯ୍ୟନ୍ତ ଏହି ଆପ୍‌ ୧୨୭ କୋଟି ଟଙ୍କା ନିଜ ଆକାଉଣ୍ଟକୁ ନେଇଯାଇଥିବା ବିଭିନ୍ନ ସୁରକ୍ଷା ଏଜେନ୍ସି ଦାବି କରିଛନ୍ତି । ପ୍ରାୟ ଏକ କୋଟି ୧୦ ଲକ୍ଷ ମୋବାଇଲ୍‌ରୁ ଟ୍ରାଞ୍ଜାକସନ୍‌ ପାଇଁ ରିକ୍ୟୁଏଷ୍ଟ ଆସିଥିବା କୁହାଯାଇଛି । ଏହି ଇମୋଜୀ କି ବୋର୍ଡ ଡାଉନ୍‌ଲୋଡ୍‌ କରିଥିଲେ ତୁରନ୍ତ ଏହାକୁ ଡିଲିଟ୍‌ କରି ଦିଅନ୍ତୁ । ବିଶ୍ୱର ୧୩ଟି ଦେଶର ଆଣ୍ଡ୍ରଏଡ୍‌ ବ୍ୟବହାରୀକାରୀ ଏହି ଆପ୍‌ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.