ଆପଣଙ୍କ ମୋବାଇଲରେ ଅଛି କି ଏହିସବୁ ଆପ୍ ? ତୁରନ୍ତ କରିଦିଅନ୍ତୁ ଡିଲିଟ୍, ଆକାଉଣ୍ଟ ହୋଇପାରେ ଖାଲି

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬/୦୮ : ମୋବାଇଲ ଆପ ଜରିଆରେ ୟୁଜର୍ସଙ୍କ ସହିତ ଠକେଇ ମାମଲା ଲଗାତାର ସାମ୍ନାକୁ ଆସୁଛି | ଏଣ୍ଡ୍ରଏଡ଼ ୟୁଜର୍ସଙ୍କୁ ଚେତାବନୀ ଜାରି କରି ୨୩ଟି ମୋବାଇଲ ଆପକୁ ତୁରନ୍ତ ମୋବାଇଲରୁ ହଟାଇବାକୁ ପରାମର୍ଶ ଦିଆଯାଇଛି | ଏହି ଆପ ୟୁଜର୍ସଙ୍କୁ ଜାଣିବାକୁ ଦିଅନ୍ତିନି ଏବଂ ଧୀରେ ଧୀରେ ସେମାନଙ୍କ ଆକାଉଣ୍ଟ ଖାଲି କରିଦିଅନ୍ତି | ଯଦି ଆପଣ ମଧ୍ୟ ଏଣ୍ଡ୍ରଏଡ଼ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତାହେଲେ କିଛି ଆପ ଇନଷ୍ଟଲ କରିବା ପୂର୍ବରୁ ଆଲର୍ଟ ରହିବା ଆବଶ୍ୟକ | ସାଇବର ସୁରକ୍ଷା ଏବଂ ସଫ୍ଟୱେର୍ ଫାର୍ମ Sophos ର ଅନୁସନ୍ଧାନକାରୀମାନେ ଏହି ବିପଜ୍ଜନକ ଆପ୍ ସମ୍ପର୍କରେ ଖୁଲାସା କରିଛନ୍ତି | ରିପୋର୍ଟ ଅନୁସାରେ ଏହିସବୁ fleeceware) ଆପ ଏବଂ ଗୁଗୁଲ ପ୍ଲେ ଷ୍ଟୋର ନିୟମ ଉଲଙ୍ଘନ କରିଛନ୍ତି |

ଗବେଷକ ଜଗଦୀଶ ଚନ୍ଦ୍ରଇହା ଏକ ବ୍ଲଗ ପୋଷ୍ଟରେ କହିଛନ୍ତି ଯେ, ଗୁଗୁଲରେ ମିଳିଥିବା ଏହି ଆପର ଟର୍ମ ଏବଂ ଫ୍ରଣ୍ଟ ବହୁତ ଅସ୍ପଷ୍ଟ ଯାହା ପଢ଼ାବା ଯୋଗ୍ୟ ନୁହେଁ | ଏଥିରେ କିଛି ତ୍ରୁଟି ଅଛି ଯାହା କିଛି ବିପଜ୍ଜନକ କାର୍ଯ୍ୟକୁ ଅନୁମତି ଦେଇଥାଏ |

{"id":320404,"sizeSlug":"large"}

ଏହି ୨୩ଟି ଆପ ଗୁଡିକ ହେଲା :

com.photoconverter.fileconverter.jpegconverter
com.recoverydeleted.recoveryphoto.photobackup
com.screenrecorder.gamerecorder.screenrecording
com.photogridmixer.instagrid
com.compressvideo.videoextractor
com.smartsearch.imagessearch
com.emmcs.wallpapper
com.wallpaper.work.application
com.gametris.wallpaper.application
com.tell.shortvideocom.csxykk.fontmoji
com.dev.palmistryastrology
com.video.magiciancom.el2020xstar.xstar
com.dev.furturescopecom.fortunemirror
com.itools.prankcallfreelitecom.isocial.fakechat
com.old.mecom.myreplica.celebritylikeme.pro
com.nineteen.pokeradar
com.pokemongo.ivgocalculatorcom.hy.gscanner

ଜଗଦୀଶ ଚନ୍ଦ୍ରଇହା କହିଛନ୍ତି ଯେ, ଫ୍ଲେସୱେୟାର ହେଉଛି ଏକ ପ୍ରକାର ମାଲୱେୟାର ମୋବାଇଲ୍ ଆପ୍ଲିକେସନ୍ ଯାହା ଲୁକ୍କାୟିତ ସବସ୍କ୍ରିପସନ ଫିସ ସହିତ ଆସେ | ଏହି ଆପ ସେହି ୟୁଜର୍ସଙ୍କ ଫାଇଦା ଉଠାନ୍ତି ଯେଉଁମାନେ ଜାଣିନଥାନ୍ତି ଯେ ଆପ ହଟାଇବା ପରେ ସବସ୍କ୍ରିପସନ କିଭଳି କ୍ୟାନସେଲ କରାଯାଏ | ଏମାନେ ସ୍ପାମ ସବସ୍କ୍ରିପସନ କୌଶଳ ଉପଯୋଗ କରନ୍ତି | ୟୁଜର୍ସ ଭୁଲରେ ଥରେ ସାଇନ ଅପ କଲେ ଅଲଗା ଅଲଗା ଆପ ପାଇଁ ତାଙ୍କ ପାଖକୁ ସବସ୍କ୍ରିପସନ ଅପ୍ସନ ଆସିଥାଏ | ସେତେବେଳେ ୟୁଜର୍ସ ଅଜାଣତରେ କ୍ଲିକ କରି ଅନେକ ଆପ ସବସ୍କ୍ରିପସନ ନେଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.