ଏହି ମୋବାଇଲ ଆପ୍‌କୁ ତୁରନ୍ତ କରନ୍ତୁ ଡିଲିଟ୍‌, ହୋଇପାରେ କ୍ଷତିକାରକ

Published By : Prameya-News7 Bureau | September 23, 2019 IST

wp:preformatted
ଗୁଗୁଲ ପ୍ଲେ ଷ୍ଟୋରରେ ଫର୍ଜି ଆପ୍‌କୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଏବେ ଏହି ପ୍ଲାଟଫର୍ମରୁ ଦୁଇଟି ଆପ୍‌ ହଟାଇବାର ଖବର ଆସିଛି। ଗୁଗୁଲ ନିଜ ଷ୍ଟୋରରୁ ଦୁଇଟି ଫଟୋ ଆପ୍‌କୁ ହଟାଇଛି। ମୋବାଇଲ ସିକ୍ୟୁରିଟି ଫର୍ମ ଭାଣ୍ଡେରାର ରିସର୍ଚରମାନେ Sun Pro Beauty ଓ Funny Sweet Beauty Selfie Camera ନାମକ ଆପ୍‌ରେ ଆଡୱେୟର ସ୍ପଟ କରିଛନ୍ତି। 
/wp:preformatted {"id":161453}
wp:preformatted
ସୂଚନାଯୋଗ୍ୟ ଯେ, ଏହି ଦୁଇଟି ଆପ୍‌ ଗୁଗୁଲ ପ୍ଲେ ଷ୍ଟୋରରେ ବହୁତ ଫେମସ ଓ ଏହି ଆପକୁ ୧୫ ଲକ୍ଷରୁ ଅଧିକ ଥର ଡାଉନଲୋଡ କରାଯାଇଛି। ଗୁଗୁଲ କହିବା ଅନୁସାରେ ଏହି ୨ଟି ଆପ ପପ୍‌-ଅପ୍‌ ଆଡ ମାଧ୍ୟମରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିଲା।  
/wp:preformatted {"id":161454}
wp:preformatted
ରିପୋର୍ଟ ଅନୁସାରେ ଏହି ଆଡ୍‌ ବ୍ୟାକଗ୍ରାଉଣ୍ଡରେ ଚାଲୁଥାଏ ଯାହା ୟୁଜରମାନଙ୍କୁ ଅସୁବିଧା କରାଏ। ଏହା ସହ ଏହି ଆପ୍‌ ଦ୍ବାରା ଫୋନ୍‌ର ଚାର୍ଜ ମଧ୍ୟ ଶୀଘ୍ର ସରିଥାଏ। ଏଥିପାଇଁ ଫୋନ୍‌ରେ ଥିବା ଏହି ଆପ୍‌କୁ ତୁରନ୍ତ ଡିଲିଟ୍‌ କରିବାକୁ ଗୁଗୁଲ ଘୋଷଣା କରିଛି। ଏହି ଦୁଇ ଆପ୍‌ରେ ଆଡ୍‌ ବ୍ୟତୀତ ଅନେକ କୋଡ୍‌ ସାମିଲ ଅଛି ଯାହା ଅଡିଓ ରେକର୍ଡିଂ ଅନୁମତି ସହ ଅନ୍ୟ ଜିନିଷର ପର୍ମିସନ ମାଗେ। 
/wp:preformatted {"id":161455,"width":551,"height":366}
wp:preformatted
ଫେମସ ଆପ୍‌ Camscanner ରେ ଭୟଙ୍କର ମାଲୱେର ପାଇଥିବାରୁ ଏହି ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଯାଇଥିଲା। ହେଲେ ଏବେ ଆଣ୍ଡ୍ରଏଡ ୟୁଜର ଏହାକୁ ମାଗଣାରେ ଇନ୍‌ଷ୍ଟଲ କରିପାରିବେ। Camscanner ର ଡେଭଲପରର୍ସ (developers) ଟୁଇଟ୍‌ କରି ଏହି ଆପ୍‌ ବ୍ୟବହାର କରିବା ପାଇଁ ସୂଚନା ଦେଇଛି। 
/wp:preformatted {"id":161456}
wp:preformatted
କାରଣ ଏହି ଆପ୍‌ର ଲେଟେଷ୍ଟ ଭର୍ସନ ଡେଭଲପ କରାଯାଇଛି। ଯେଉଁଥିରୁ ଆଡର୍ଭଟାଇଜିଂ (Advertising SDK) ହଟାଯାଇଛି। Camscanner ର ମଧ୍ୟ ନୂଆ ଭର୍ସନ ୫.୧୨.୫ ଡାଉନଲୋଡ୍‌ କରିବା ପାଇଁ ଉପଲବ୍ଧ ଅଛି। 
/wp:preformatted wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.