ମୋଦି-ଜିନ୍‌ପିଙ୍ଗ୍ ପ୍ରତିନିଧିସ୍ତରୀୟ ଆଲୋଚନା : ବାଣିଜ୍ୟ, ଆତଙ୍କବାଦ ଓ ସୀମା ମୁଖ୍ୟ ପ୍ରସଙ୍ଗ

Published By : Prameya-News7 Bureau | October 12, 2019 IST

ମହାବଳୀପୁରମ୍ ୧୨।୧୦:  ମହାବଳୀପୁରମର ଐତିହାସିକ ପୃଷ୍ଠଭୂମିରେ ଏସିଆର ଦୁଇ ମହାଶକ୍ତି ଭାରତ ଏବଂ ଚୀନ୍ ସଂପର୍କର ନୂଆ ଇତିହାସ ମୋଦି ଏବଂ ଜିନପିଙ୍ଗଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ପାଖାପାଖି ୪୦ମିନିଟ୍ ଧରି ଆଲୋଚନା ହୋଇଛି । ଏହାପରେ ମୋଦି ଏବଂ ଜିନପିଙ୍ଗ ପ୍ରତିନିଧି ସ୍ତରୀୟ ବୈଠକ ଚାଲିଛି । ଏହି ଆଲୋଚନାରେ ବାଣିଜ୍ୟ, ଆତଙ୍କବାଦ ଓ ସୀମା ମୁଖ୍ୟ ପ୍ରସଙ୍ଗ ହୋଇଛି ।

ଏହି ଅବସରରେ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ କହିଛନ୍ତି ଭାରତ ଗସ୍ତ ସ୍ମରଣୀୟ ହୋଇ ରହିବ । ଭବିଷ୍ୟତରେ ଅନୌପଚାରିକ ବୈଠକ ଜାରି ରହିବ ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ଚୀନ୍ ସଂପର୍କର ସାକ୍ଷୀ ହୋଇ ରହିବ ଚେନ୍ନାଇ । ମତଭେଦ ଦୂର କରିବାକୁ ଉଦ୍ୟମ କରାଯିବ । ଭାରତ-ଚୀନ୍ ମଧ୍ୟରେ ନୂଆ ଆଧ୍ୟାୟ ଆରମ୍ଭ ହୋଇଛି । ୨୦୦୦ ମସିହାରୁ ଭାରତ ଓ ଚୀନ୍ ଦୁନିଆର ଆର୍ଥିକ ଶକ୍ତି । ମଦଭେଦକୁ ଅଣଦେଖା କରି ଆଗକୁ ବଢିବୁ । ମଦଭେଦ ଝଗଡାର କାରଣ ହେବନି । ଚୀନ୍ ଓ ତାମିଲନାଡୁ ମଧ୍ୟରେ ଥିଲା ବ୍ୟବସାୟିକ ଏବଂ ସାଂସ୍କୃତିକ ସମ୍ପର୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.