ସେତୁ ନିର୍ମାଣରେ ବିଳମ୍ୱ ପ୍ରତିବାଦ, ଜିରା ନଦୀରେ ଜଳ ସତ୍ୟାଗ୍ରହ

Published By : Prameya-News7 Bureau | October 09, 2021 IST

ବରଗଡ଼ ୦୯ /୧୦: ବରଗଡ ଜିଲା ଜିରା ନଦୀରେ ସେତୁ ନିର୍ମାଣରେ ବିଳମ୍ବ ପ୍ରତିବାଦରେ ଜିଲା ବିଜେପି ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ । ଏହି ନିର୍ମାଣ କାର୍ଯ୍ୟ ୩୦ ମାସରେ ତଥା ୨ ନଭେମ୍ବର ୨୦ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଏ ଯାଏଁ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିନାହିଁ ।

ଯାହାଦ୍ୱାରା ବରଗଡ଼ ସହରରେ ଥିବା ଅମ୍ବାପାଲି ସମ୍ପୂର୍ଣ୍ଣ ସହର ଠାରୁ ବିଛିନ୍ନ ହୋଇଯାଉଥିବା ବେଳେ ବଲାଙ୍ଗୀର , ସୋନପୁର ଜିଲା ସମେତ ବିଜେପୁର ଓ ବରପାଲି ,ପଦ୍ମପୁର, ଗାଇସିଲେଟ, ଝାରବନ୍ଧ ଓ ପାଇକମାଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହି ସବୁ ସ୍ଥାନକୁ ଯିବାପାଇଁ ପ୍ରାୟ ୧୦ କିଲୋମିଟର ଦୂରତା ରାସ୍ତାଦେଇ ଯାଉଛନ୍ତି ଅଞ୍ଚଳବାସୀ ।

wp:gallery {"ids":[524586],"linkTo":"none"} /wp:gallery

ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ସେତୁ ଏବେ ୨୦ କୋଟି ଟଙ୍କାକୁ ପହଁଚିଛି । ହେଲେ ପ୍ରଶାସନିକ ସ୍ତରରେ ଉଦାରତା ଯୋଗୁଁ ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ବିଜେପି ଦଳ ପକ୍ଷରୁ ତୁରନ୍ତ ସେତୁ ନିର୍ମାଣ ପାଇଁ ଜିରା ନଦୀରେ ଜଳସତ୍ୟାଗ୍ରହ ଆନ୍ଦୋଳନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.