'ଏବେ ଗର୍ଭବତୀ ହୁଅ ନାହିଁ, ଆଉ କିଛି ମାସ ଅପେକ୍ଷା କର' : କାହିଁକି ଏପରି ଅଦ୍ଭୁତ ନିର୍ଦ୍ଦେଶ ଜାରିକଲେ ସରକାର

Published By : Prameya-News7 Bureau | April 17, 2021 IST

ବ୍ରାଜିଲ ୧୭/୦୪ : ଏବେ ଗର୍ଭବତୀ ହୁଅ ନାହିଁ, ଆଉ କିଛି ମାସ ଅପେକ୍ଷା କର । ଦେଶର ମହିଳାମାନଙ୍କୁ ଏଭଳି ଅଦ୍ଭୁତ ଅନୁରୋଧ କରିଛନ୍ତି ବ୍ରାଜିଲ ସରକାର । ଏହା ପଛର କାରଣ ମଧ୍ୟ ସେମିତି ଚକିତ କଲା ଭଳି । ବ୍ରାଜିଲରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ମହିଳାମାନଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଅନୁରୋଧ କରିଛନ୍ତି ସରକାର । ଗର୍ଭଧାରଣ ପାଇଁ ଆଉ କିଛି ମାସ ଅପେକ୍ଷା କରିବାକୁ ମହିଳାମାନଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ବ୍ରାଜିଲରେ ଏବେ ସଂକ୍ରମଣ ଶୀର୍ଷରେ ରହିଛି । ଅନ୍ୟ ଦେଶମାନଙ୍କ ତୁଳନାରେ ମୃତ୍ୟୁ ହାର ମଧ୍ୟ ଅଧିକ ରହିଛି । ତେବେ ବ୍ରାଜିଲରେ ଦେଖାଦେଇଥିବା କରୋନାର ନୂଆ ଭାରିୟାଣ୍ଟରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି ଗର୍ଭବତୀ ମହିଳା । ଏହାକୁ ଦୃଷ୍ଟି​‌ରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବ୍ରାଜିଲ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ରାଫାଇଲ ପାରେଣ୍ଟେ ।

ବ୍ରାଜିଲରେ ଦେଖାଦେଇଥିବା ନୂଆ ​‌େ​‌ଷ୍ଟ୍ରନ୍‌ ପ୍ରଥମେ ମାନାଉସ୍‌ ସହରରେ ଚିହ୍ନଟ ହୋଇଥିଲା । ଏହା ପରେ ଭୟାନକ ଭାବେ ବ୍ରାଜିଲରେ ବ୍ୟାପିଥିଲା । ଦେଶରେ ସଂକ୍ରମଣ ବୃଦ୍ଧିରେ ଏହାଥିଲା ପ୍ରମୁଖ ମାଧ୍ୟମ । କେବଳ ସେତିକି ନୁହେଁ ଭାଇରସର ନୂଆ ଲକ୍ଷଣ ଯୁବପିଢିଙ୍କୁ ମଧ୍ୟ ବ୍ୟାପକ ମାତ୍ରାରେ ସଂକ୍ରମିତ କରିଛି । ୩୦ ରୁ ୪୦ ବର୍ଷ ମଧ୍ୟରେ ଯୁବପିଢିଙ୍କୁ ଏହା ବ୍ୟାପକ ମାତ୍ରାରେ ବ୍ୟାପିବାରେ ଲାଗିଛି । ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାଷ୍ଟ୍ରପତି ଜୈର ବୋଲସୋନାରୋ ପୁଣି ଥରେ ଲକ୍‌ଡାଉନ୍‌ ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.