Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ନ୍ୟାୟ ମିଳିବାରେ ବିଳମ୍ବ : କୋର୍ଟରେ ପଡିରହିଛି ହଜାର ହଜାର ମାମଲା ; ବଢିବାରେ ଲାଗିଛି କଙ୍ଗାରୁ କୋର୍ଟର ଗୁରୁତ୍ବ

7/01/2019 at 11:34 AM

କଟକ ୭|୧: କୋର୍ଟ କଚେରୀ ଅପେକ୍ଷା ଗାଁର ନ୍ୟାୟ ନିଶାପ, ଜାତି ପଞ୍ଚାୟତ ଓ ଖାପ୍ ପଞ୍ଚାୟତରେ ସମସ୍ୟାର ସମାଧାନ କରିବାକୁ ଲୋକ ଆଗ୍ରହ ଦେଖାଉଛନ୍ତି । କୋର୍ଟରେ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଲୋକମାନେ ଏଭଳି କଙ୍ଗାରୁ କୋର୍ଟର ଆଶ୍ରୟ ନେଉଛନ୍ତି । ତେବେ ନ୍ୟାୟ ବ୍ୟବସ୍ଥା ପ୍ରତି ଏବେବି ଆସ୍ଥା ଅତୁଟ ଥିବା ଯୁକ୍ତି ବାଢିଛନ୍ତି ବିଚାରପତି ।

କୋର୍ଟରେ ହଜାର ହଜାର ମାମଲା ବିଚାର ଅପେକ୍ଷାରେ ପଡିଛି, ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । ଫଳରେ ମାମଲା ଫଇସଲା ପାଇଁ ଲୋକେ ଗାଁର ନ୍ୟାୟ ନିଶାପ, ଜାତି ପଞ୍ଚାୟତ ଓ ଖାପ୍ ପଞ୍ଚାୟତ ଉପରେ ଅଧିକ ନିର୍ଭର କରୁଛନ୍ତି । ତେଣୁ ଗାଁ ଗହଳିରେ ଏସବୁ କଙ୍ଗାରୁ କୋର୍ଟର ଗୁରୁତ୍ବ ବଢିବାରେ ଲାଗିଛି । ସହରକୁ ଯାଇ ଓକିଲଙ୍କ ପିଛା ପଇସା ଖର୍ଚ୍ଚ କରିବା ଓ ତାରିଖ ପରେ ତାରିଖକୁ କୋର୍ଟର ଚକ୍କର କାଟିବାକୁ ପଡେନି । ଏହି କାରଣରୁ ପାରମ୍ପରିକ ନ୍ୟାୟ ନିଶାପ ବ୍ୟବସ୍ଥା ଉପରେ ଲୋକେ ଆସ୍ଥା ପ୍ରକଟ କରୁଥିବା ସମାଜବିଜ୍ଞାନୀ ମତ ରଖିଛନ୍ତି ।

ପାରମ୍ପରିକ ନ୍ୟାୟ ବ୍ୟବସ୍ଥାର ଗୁରୁତ୍ବ ସତ୍ବେ ନ୍ୟାୟାଳୟ ଉପରୁ ଲୋକଙ୍କ ଆସ୍ଥା ଅତୁଟ ଥିବା ବିଚାରପତି କହିଛନ୍ତି । ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ଏକ ଲକ୍ଷ ୬୪ ହଜାର ମାମଲା ବିଚାରାଧୀନ ଅଛି । ଏଡିଆର୍ ଓ  ଆବ୍ରିଟ୍ରେସନ୍ ମାଧ୍ୟମରେ କୋର୍ଟରେ ମଧ୍ୟ ତ୍ବରିତ ଢଙ୍ଗରେ ଫଇସଲା ଦେବାର ବ୍ୟବସ୍ଥା ହେଉଛି । ଖାପ୍ ପଞ୍ଚାୟତରେ ହତ୍ୟା କିମ୍ବା ଭିନ୍ନ ଜାତିରେ ବାହାଘର ପରି ସମ୍ବେଦନଶୀଳ ମାମଲାରେ ଯେଉଁପରି ଭାବରେ ଫଇସଲା ହୋଇଥାଏ , ତାହା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟର ବିଚାରପତି କହିଛନ୍ତି ।

ଲୋକେ କିଭଳି ତ୍ବରିତ ନ୍ୟାୟ ପାଇବେ ସେନେଇ ନ୍ୟାୟପାଳିକା ଯତ୍ନବାନ୍ ହେଲେ ଖାପ୍ ବା ଜାତି ପଞ୍ଚାୟତର ଭୂମିକା ଗୌଣ ହୋଇ ପାରିବ ବୋଲି କଟକ ନାସନାଲ ଲ ୟୁନିଭର୍ସିଟି ପରିସରରେ ଆୟୋଜିତ କୋର୍ଟ ବନାମ ନନ୍ ଜୁଡିସିଆଲ୍ ଏଜେନ୍ସି ଶୀର୍ଷକ ଆଲୋଚନାରେ ଏଭଳି ମତ ପ୍ରକାଶ ପାଇଛି ।

   Related Posts